ବ୍ରହ୍ମପୁର ଆଜକୁ ୩୦/୩୫ ଵର୍ଷ ପୂର୍ବେ ଆନନ୍ଦ ନଗର କେନାଲ ସାହିରେ କିଛି ଉତ୍ସାହୀ ଓ ସମାଜସେବାରେ ନିୟୋଜିତ ଯୁବକ ଗଢ଼ିଥିଲେ ଭଗତ ସିଂହ ଯୁବ ସଂଘ ନାମରେ ଏକ ସଂଘ। ଭଗତ ସିଂହଙ୍କ ଆଦର୍ଶରେ ଅନୁପ୍ରାଣିତ ଏହି ସଂଘ ସମାଜରେ ଘଟୁଥିବା ଅନ୍ୟାୟ ଅନୀତି କୁସଂସ୍କାର ଆଦି ବିରୁଦ୍ଧରେ ଲଢେଇ କରି ସମାଜ କୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଛନ୍ତି। ସଂଘ ପ୍ରତି ବର୍ଷ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଫାଶୀ ଦିବସ ପାଳନ ସହ ବର୍ଷ ତମାମ ରକ୍ତଦାନ ଶିବିର, ସ୍ଵାସ୍ଥ୍ୟ ସେବା ଶିବିର ସହ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ ସହ ବିଭିନ୍ନ ବର୍ଗ ଲୋକଙ୍କ ପାଇଁ ଦୁର୍ଲଭ ପୁସ୍ତକର ଏକ ପାଠାଗାର ରହିଛି। ଏଠାରେ ପ୍ରକାଶ ଥାଉକି ଏହି ଅଞ୍ଚଳ ଟି ଜରାଜୀର୍ଣ୍ଣ ଅବସ୍ଥା ସହ ଅନେକଙ୍କ ଅକ୍ତିଆରରେ ଥିଲା।ଏହି ଜାଗାକୁ ନିଜ ଅକ୍ତିଆରକୁ ଆଣିବା ସହ ସରକାରୀ ସହାୟତା ରେ ଏକ ସଭାଗୃହ ଓ ଭଗତ ସିଂହଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇ ତାହାର ୩୦ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ବର୍ତ୍ତମାନ ଉକ୍ତ ସ୍ଥାନ ପାଖରେ ଥିବା କିଛି ଜାଗାରେ ପାନୀୟ ଜଳ ବିଭାଗ ପକ୍ଷରୁ କିଛି ଉନ୍ନତି ମୂଳକ କାର୍ଯ୍ୟ ଆଗେଇ ଚାଲିଛି ଯାହାକୁ ଆମେ ସ୍ବାଗତ କରୁଛୁ। ବର୍ତ୍ତମାନ ସେଠାରେ ଥିବା ଗଞ୍ଜାମ ଜିଲ୍ଲାର ଏକମାତ୍ର ଭଗତ ସିଂହଙ୍କ ପ୍ରତିମୂର୍ତ୍ତିକୁ ସମ୍ମାନ ସହ ସ୍ଥାନାନ୍ତର ଓ ଏହି ସଂଘ କାର୍ଯ୍ୟାଳୟର ସୁରକ୍ଷା ଓ ସାମଗ୍ରିକ ବିକାଶ ପାଇଁ ସ୍ଥାନୀୟ ୱାଟକ ଜନ ସ୍ବାସ୍ଥ୍ୟ ବିଭାଗ ସାଧାରଣ ପରିଚାଳକ ବିକାଶ ପାଢ଼ୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସହ ସନ୍ତୋଷ ଜନକ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଲକ୍ଷ୍ମୀ ନୃସିଂହ ସମେତ ଏହାର ଆଖପାଖ ଅଞ୍ଚଳରେ ଠିକ୍ ରୂପେ ଜଳ ଯୋଗାଣ ହେଉନଥିବା କୁ ନେଇ ଅସିତ ସାବତ ଉଦବେଗ ପ୍ରକାଶ କରି ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏହାର ପ୍ରତିଉତ୍ତର ରେ ଶ୍ରୀ ପାଢ଼ୀ ସ୍ଵତନ୍ତ୍ର ପଦକ୍ଷେପ ନେବ ସହ ଉକ୍ତ ଅଞ୍ଚଳର ଯାହା ସବୁ ସମସ୍ୟା ଅଛି ତାହା ଅତିଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏହି ଅବସରରେ ସଭାପତି ମନୋଜ କୁମାର ଚୌଧୁରୀ, ସମ୍ପାଦକ ମୁନା ସେଠୀ, ବରିଷ୍ଠ ଆଇନଜୀବୀ ଏନ୍ ଭୀମରାଜ ରେଡ୍ଡୀ, ଯୁବ ଆଇନଜୀବୀ ଅସିତ କୁମାର ସାବତ, ଆଇନଜୀବୀ ନାଗେଶ୍ୱର ରାଓ, ଆଇନଜୀବୀ ତାପସ କୁମାର ସାହୁ, ଅନିଲ କୁମାର ଚୈଧୁରୀ,ଡି ଜୀବନ କୁମାର,ଡି ତାରକେଶ୍ଵର ପାତ୍ର, କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହାର ଏକ ନକଲ ଉକ୍ତ ଅଞ୍ଚଳର ଏସ ଡି ଓ କୁ ପ୍ରଦାନ କରିଥିଲେ।


0 Comments