School: ଓଡ଼ିଆ ସ୍କୁଲ୍‌ ଖାଁ ଖାଁ, ଆନ୍ଧ୍ରରେ ଅ...ଆ... ବିଦ୍ୟାଳୟ ଭିତ୍ତିଭୂମି ଆକୃଷ୍ଟ କରିବ


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଶେଷ ସୀମା ଚିକିଟି ବ୍ଲକ୍‌ର ରମ୍ପା ଗାଁ। ଏଇଠୁ ଆନ୍ଧ୍ର ମାତ୍ର ୫୦୦ ମିଟରରୁ ବି କମ୍‌ ହେବ। ଆନ୍ଧ୍ରର ପବନ ଓଡ଼ିଶାରେ ବହୁଛି। ଓଡ଼ିଶାରେ ସମ୍ବର ଛୁଙ୍କ ହେଲେ ଆନ୍ଧ୍ରରେ ବାସେ। ହେଲେ ଏ ସୀମାନ୍ତ ଗାଁର ମୂଳ ସମସ୍ୟା ହେଉଛି ପାଠପଢ଼ା। ବ୍ୟବସ୍ଥାର ବିଫଳତା ଭିତରେ ଯେମିତି ଓଡ଼ିଆ ପିଲାଏ ପେଷି ହୋଇଯାଇଛନ୍ତି। ସେଥିପାଇଁ ଓଡ଼ିଶାରୁ ମୁହଁ ବୁଲାଇ ଆନ୍ଧ୍ରମୁହାଁ ହେଉଛନ୍ତି। ଏବେ ଶିକ୍ଷକମାନଙ୍କ ନିରନ୍ତର ପ୍ରୟାସ ଆସନ୍ତା ଶିକ୍ଷାବର୍ଷରେ ପିଲାସଂଖ୍ୟା ବଢ଼ାଇବ ବୋଲି ଆଶା ସଂଚାର କରିଛି। ରମ୍ପା ଗାଁରେ ରହିଛି ରମ୍ପାବରଡ଼ା ପ୍ରାଥମିକ ଓ ଉଚ୍ଚବିଦ୍ୟାଳୟ। ପ୍ରାଥମିକ ବିଦ୍ୟାଳୟରେ ୧୦୦ରୁ ଅଧିକ ଉପସ୍ଥାନ। ହେଲେ ଉଚ୍ଚ ଶିକ୍ଷା ବେଳକୁ ପିଲାଏ ଓଡ଼ିଆ ସ୍କୁଲ୍‌ରୁ ମୁହଁ ଫେରାଉଛନ୍ତି। ଏହାର କାରଣ ପଚାରିଲେ ଗାଁ ଲୋକଙ୍କ ଆଶ୍ଚର୍ଯ୍ୟଜନକ ଉତ୍ତର। ଘରେ, ଗାଁରେ ଏପରିକି ସ୍ଥାନୀୟ ଅଞ୍ଚଳରେ ତେଲୁଗୁ ଭାଷାଭାଷୀଙ୍କ ପ୍ରଭାବ ରହୁଛି। ସେମାନଙ୍କ ସହ ଦିନତମାମ ତେଲୁଗୁରେ କଥା ହେଉଥିବା ପିଲାଟି ଓଡ଼ିଆ ଶିଖିବ କେମିତି? ଶିଖିଲେ ବା କରିବ କ’ଣ? ତେଣୁ ସେମାନେ ପିଲାଦିନୁ ତେଲୁଗୁ ଭାଷାକୁ ଆପଣାଇ ନେଉଛନ୍ତି। ଏହି ରମ୍ପାବରଡ଼ା ହାଇସ୍କୁଲ୍‌ରେ ଏବେ ନବମ ଶ୍ରେଣୀକୁ ୧୧ଜଣ ଓ ଦଶମ ଶ୍ରେଣୀକୁ ୧୨ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ଭିତରେ ୩୦ ପ୍ରତିଶତ ତେଲୁଗୁ ଭାଷାରେ ପାଠ ପଢ଼ନ୍ତି। ଓଡ଼ିଶାର ଏହି ଗାଁ ରହିଛି ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ପାଖରେ। ହେଲେ ଅଧିକାଂଶ ପିଲା ଗାଁ ସ୍କୁଲ୍‌ ଡେଇଁ ଆନ୍ଧ୍ରର ମୂଳିପଦର ସ୍କୁଲ୍‌କୁ ଯାଉଛନ୍ତି। ବାସ୍ତବରେ ଆନ୍ଧ୍ର ସରକାର ଛାତ୍ରଛାତ୍ରୀଙ୍କୁ ଦେଉଥିବା ସୁବିଧା ସେମାନଙ୍କୁ ଟାଣୁଛି। ପ୍ରତି ପିଲାଙ୍କୁ ସ୍କୁଲ୍‌ ବ୍ୟାଗ୍‌, ୟୁନିଫର୍ମଠାରୁ ନେଇ ସାଇକଲ୍‌, ବହି, ଖାତା ଓ ବାର୍ଷିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଦେଉଛନ୍ତି। ଓଡ଼ିଶାର ପିଲା ଆନ୍ଧ୍ର ସ୍କୁଲ୍‌ରେ ପଢ଼ିଲେ ଆହୁରି ଅଧିକ ସୁବିଧା ଦେବାକୁ ଲୋଭ ଦେଖାଉଛି ଆନ୍ଧ୍ର ସରକାର। ଯେହେତୁ ତେଲୁଗୁ ପ୍ରାଥମିକତା, ତେଣୁ ସୀମାନ୍ତ ଗାଁର ପିଲାଏ ଆନ୍ଧ୍ର ସ୍କୁଲ୍‌ ଯିବାକୁ ପସନ୍ଦ କରୁଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ, ରମ୍ପାବରଡ଼ା ହାଇସ୍କୁଲ୍‌ର ଭିତ୍ତିଭୂମି ବଦଳି ଯାଇଛି। ୫-ଟିରେ ଅନ୍ତର୍ଭୁକ୍ତ ହେବାପରେ ପାଚେରି, ଶ୍ରେଣୀଗୃହ, ଲାଇବ୍ରେରି, ବିଜ୍ଞାନାଗାର ଓ ପାଠାଗାର ଆଦି ନିର୍ମାଣ ହୋଇଛି। ଆବଶ୍ୟକ ମୁତାବକ ଜଣେ ତେଲୁଗୁ ଶିକ୍ଷକଙ୍କୁ ମିଶାଇ ୭ଜଣ ଶିକ୍ଷକ ବି ରହିଛନ୍ତି। ପିଲାସଂଖ୍ୟା ବଢ଼ାଇବାକୁ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ନିରନ୍ତର ବ୍ୟବଧାନରେ ଗାଁକୁ ଯାଇ ସଚେତନ କରାଉଛନ୍ତି। ଓଡ଼ିଆ ସ୍କୁଲ୍‌ରେ ପଢ଼ିଲେ ମିଳୁଥିବା ଫାଇଦା ବୁଝାଉଛନ୍ତି। ତେଣୁ ଆଗାମୀ ଶିକ୍ଷାବର୍ଷ ବେଳକୁ ପିଲାସଂଖ୍ୟା ବଢ଼ିବ ବୋଲି ସେମାନେ ଆଶାବାଦୀ। ତଥାପି ରାଜ୍ୟ ସରକାର ସୀମାନ୍ତ ଗାଁକୁ ଗୁରୁତ୍ବ ଦେଲେ ପିଲାଏ ଆନ୍ଧ୍ରମୁହାଁ ‌ହୁଅ 

Post a Comment

0 Comments