ବ୍ରହ୍ମପୁର-କଳା ପାଇଁ ସମର୍ପିତ "ଆଶିଷ ଅଂଶୁମାନ ସୌଖିନ କଳାକାର ସଂଘ" ତରଫରୁ ସବୁବର୍ଷ ଭଳି ମଙ୍ଗଳବାର ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ପଣା ବଣ୍ଟନ କାର୍ଯ୍ୟକ୍ରମ ବ୍ରହ୍ମପୁର ସର୍କିଟ ହାଉସ ଆଗରେ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଉପସ୍ଥିତ ରହି ଉଦଘାଟନ କରିବା ସହିତ ପଥଚାରୀଙ୍କୁ ପଣାବଣ୍ଟନ କରିଥିଲେ । ଓଡିଶା ନାଟ୍ୟସଙ୍ଘର ଦକ୍ଷିଣାଞ୍ଚଳ ଉପସଭାପତି ଭବାନୀ ଶଙ୍କର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନର ଆୟୋଜିତ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେନ। ବ୍ରହ୍ମପୁର ,ସତ୍ୟ ଚେତନ ପରିଡାଷ୍ଟେସନ ରାସ୍ତାରେ ଯାଉଥିବା ଶତାଧିକ ଲୋକଙ୍କୁ ରାସ୍ତା ଉପରେ ଡାକି ଡାକି ସ୍ୱାଦିଷ୍ଟ ଦହି ପଣା ବଣ୍ଟନ କରାଯାଇଥିଲା । ସଂସ୍ଥାର ସଭାପତି ରାଜଗୋପାଳ ପାଢ଼ୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିରୂପା ରାଣୀ ପାଢ଼ୀ,ଅଂଶୀକା ଅନ୍ବିତା ପାଢ଼ୀ,ରାମଚନ୍ଦ୍ର ସାସମଲ,କୈଳାସ ପାଣିଗ୍ରାହୀ,ସୁନିଲ ସ୍ୱାଇଁ,ସିଏଚ.ଦେବଦାସ,ଶୁଭଶ୍ରୀ ତ୍ରିପାଠୀ,ନାରାୟଣ ମହାଙ୍କୁଡ଼, ଅନିଳ କୁମାର ପାତ୍ର,ସୁଶ୍ରୀ ବୈଷ୍ଣବି ପ୍ରମୂଖଙ୍କ ସହ ସର୍କିଟ ହାଉସ କର୍ମଚାରୀ ପଣା ବଣ୍ଟନରେ ବିଶେଷ ସହଯୋଗ କରିଥିଲେ ।


0 Comments