ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଆୟୋଜିତ ସି. ଏମ କପ ୨୦୨୬ ଆଜି ପଞ୍ଚମ ଦିନ ରେ ପହଂଚିଛି। ଫୂଟବଲ ଖେଳ ର ପ୍ରଥମ ମ୍ୟାଚ ଖେମୁଣ୍ଡି ଏଫ. ସି ବାଳିକା ଓ ଡ଼ି.ଏ.ଭି ସ୍କୁଲ ବାଳିକା ବର୍ଗ ମଧ୍ୟରେ ଖେଳା ଯାଇଥିଲା ଏବଂ ଉଭୟ ବାଳିକା ଦଳ ୧-୧ ଗୋଲ ରେ ମ୍ୟାଚ ଡ୍ର ହୋଇଥିଲା। ଦ୍ଵିତୀୟ ମ୍ୟାଚ ଓ. ଏ. ଭି ସି୍ଧେଶ୍ୱର ସ୍କୁଲ ବାଳିକା ଦଳ ଓ ସେଣ୍ଟ ଜାଭିଅର ହାଇସ୍କୁଲ ଲ, ଆମ୍ବପୁଆ ମଧ୍ୟରେ ଖେଳା ଯାଇଥିଲା, ଓ. ଏ. ଭି ସି୍ଧେଶ୍ୱର ସ୍କୁଲ ବାଳିକା ୧ -୦ ଗୋଲ ରେ ବିଜୟ ହାସଲ କରିଛି । ଆଜି ପ୍ରଥମ ମ୍ୟାଚ ରେ ଅତିଥି ରୂପେ ଯୋଗ ଦେଇଥିଲେ ଡ8଼ ଶଶାଙ୍କ ସ୍ୱରୂପ ଦାସ ଏବଂ ଦ୍ଵିତୀୟ ମ୍ୟାଚ ରେ ଅତିଥି ରୂପେ ଯୋଗ ସନ୍ତୋଷ ଟ୍ରଫି ଖେଳାଳି ଡ଼ି. ଆପା ରାଓ ଯୋଗ ଦେଇଥିଲେ ଏଥି ସହ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସଦସ୍ୟ ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ, ଜି. ଏମ. ବାବୁ,ସୀତାରାମ ଵେବ୍ରତ, ପ୍ରମୋଦ ମହାରଣା, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ମ୍ୟାଚ କୁ ପରିଚାଳନା କରିଥିଲେ ରଂଜିତ ପାତ୍ର, ରମେଶ ବେହେରା, ବିଶ୍ୱନାଥ ପାତ୍ର,ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ମ୍ୟାଚ କମିସନର ସୁଜିତ କୁମାର ପାତ୍ର ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ଙ୍କ ଦ୍ୱାରା ପ୍ରକାଶିତ।


0 Comments