କଳିଙ୍ଗ ସାହିତ୍ୟ ସମାଜର ଅପ୍ରେଲ୍ ମାସ ସାହିତ୍ୟ ଆସର


ବ୍ରହ୍ମପୁର, 0୫l0୪ : ଦକ୍ଷିଣାଞ୍ଚଳର ସର୍ବପୁରାତନ ସାହିତ୍ୟନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ଆଜି ସନ୍ଧ୍ୟାରେ ଉତ୍କଳ ଆଶ୍ରମ ସଭାଗୃହରେ ଅପ୍ରେଲ୍ ମାସ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ସମାଜର ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ଏହି ମାସିକ ସାହିତ୍ୟ ଆସରରେ ପୌରୋହିତ୍ୟ କରିଥିଲେ l ପ୍ରାରମ୍ଭରେ ଓଡ଼ିଆ କଥା ସାହିତ୍ୟର ଯଶସ୍ବୀ କଥାଶିଳ୍ପୀ ସଦାନନ୍ଦ ତ୍ରିପାଠୀ ଓ ମହେନ୍ଦ୍ର କଳା ସାହିତ୍ୟ ସଂସଦ ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ପଣ୍ଡାଙ୍କ ଦିବଂଗତ ଆତ୍ମାର ସଦଗତି କାମନା ପୂର୍ବକ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା l 

     ସଦାନନ୍ଦ ତ୍ରିପାଠୀଙ୍କ କଥାସର୍ଜନା, ଭାଷାଶୈଳୀ ଓ ଜୀବନଦୃଷ୍ଟି ସଂପର୍କରେ ଡ. କୁଳମଣି ଓଝା ଆଲୋକପାତ କରିବା ସଂଗେ ସଂଗେ ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ 'ବନ୍ଦେ ଉତ୍କଳ ଜନନୀ' ଜାତୀୟ ସଂଗୀତ ଗାନ କରିଥିଲେ l କବି ମନୋରଞ୍ଜନ ପାଣିଗ୍ରାହୀ, କବି ଅନୁପ କୁମାର ମିଶ୍ର ଓ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ଡ. ସୁବ୍ରତ କୁମାର ସାହୁ ଆମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ l କବି ମନୋରଞ୍ଜନ ପାଣିଗ୍ରାହୀ ସାମ୍ପ୍ରତିକ ଓଡ଼ିଆ କବିତାର ସ୍ୱର ଓ ସ୍ଵାକ୍ଷର ବିଷୟରେ ଆଲୋଚନା କରିଥିଲେ l କବି ଅନୁପ କୁମାର ମିଶ୍ର ତାଙ୍କ ବକ୍ତବ୍ୟରେ କବିତାର ଗହନ କଥା ଓ ଲଥା ସଂପର୍କରେ ନୂତନ ଧାରାରେ ଆଲୋଚନା କରିଥିଲେ l ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ କଳିଙ୍ଗ ସାହିତ୍ୟ ସମାଜର ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ସଂଗଠନ ସଂପାଦକ ଦିନବନ୍ଧୁ ଶ୍ରୀପଲ୍ଲଵ ମଞ୍ଚ ଆମନ୍ତ୍ରଣ ସହ ସ୍ୱାଗତ-ଭାଷଣ ପ୍ରଦାନ କରିଥିଲେ l

    ଏହି ଆସରରେ ସ୍ବର୍ଣ୍ଣମୟୀ ପାଢ଼ୀ, ଚନ୍ଦ୍ରଶେଖର ମହାପାତ୍ର, ଭିକାରି ଚରଣ ମହାପାତ୍ର, ଉଷାରାଣୀ ମହାପାତ୍ର, ନରେଶ କୁମାର ଦାସ, ନୀଳକଣ୍ଠେଶ୍ଵର ଦାଶ, ପ୍ରବୀର କୁମାର ଦାଶ, ପଦ୍ମିନୀ ମିଶ୍ର, ସୁଶାନ୍ତ କୁମାର ସାହୁ, ହାଡ଼ିବନ୍ଧୁ ମାଳି, ଶରତ କୁମାର ଦାସ, ଡ. ସୁଜିତ କୁମାର ପଣ୍ଡା, ବିରୂପାକ୍ଷ ଦାଶ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଶେଷରେ ଡ. ରମେଶ ଚନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l

Post a Comment

0 Comments