ଉଦ୍ଘାଟନ ଉତ୍ସବରେ ଏହି ଅବସରରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଭୁବନେଶ୍ଵର ଆଞ୍ଚଳିକ ପ୍ରବନ୍ଧକ ଦିଲ୍ଲୀପ କୁମାର ରାଉଳ, ଉପ-ଅଞ୍ଚଳିକ ପ୍ରବନ୍ଧକ ସଞ୍ଜିବ କୁମାର ଦାଶ ଯୋଗ ଦେଇ ଦେଶ ତଥା ରାଜ୍ୟରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ରହିଥିବା ଉଲ୍ଲେଖନୀୟ ସେବା ସଂପର୍କରେ ବାଖ୍ୟା କରିଥିବା ବେଳେ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମୁଖ୍ୟ ଶାଖାର ଶାଖା ପରିଚାଳକ ଦେବୀ ପ୍ରଶନ୍ନ ଦାଶ , ଲୋଚାପଡା ଶାଖା ପ୍ରବନ୍ଧକ ସୌକତ ରାୟ , ଉପ ଶାଖା ପ୍ରବନ୍ଧକ ମୁକେଶ କୁମାର ଦାଶ , ଆସ୍କା ରୋଡ ଶାଖାର ମୁଖ୍ୟ ପରିଚାଳକ ଅମିତ କୁମାର ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଏନ୍.ଧନୁର୍ଦ୍ଧର ପାତ୍ର , ପଦ୍ମଲୋଚନ ପାତ୍ର, ମନମୋହନ ପାଣିଗ୍ରାହୀ , ସୁଜିତ୍ କୁମାର ପାତ୍ର , ଜି.ଗିରିଧର ପାତ୍ର , ରାଜୁ ପାତ୍ର , ଏନ୍.ରାମକୃଷ୍ଣ ପାତ୍ର ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ସ୍ଥାନୀୟ ଅଞ୍ଚଳରେ ଏଭଳି ରାଷ୍ଟ୍ରାୟତ ବ୍ୟାଙ୍କର ନୂତନ ଶାଖା ସହିତ ଜନସାଧାରଣଙ୍କ ନିମନ୍ତେ ବ୍ୟାଙ୍କ କାରବାର କ୍ଷେତ୍ରରେ ଅନେକ ସହଯୋଗ ମିଳିବ ବୋଲି ଆଶା କରିବା ସହିତ ନୂତନ ଶାଖା ଖୋଲିଥିବା ନେଇ କୃତଜ୍ଞତା ଜଣାଇଥିଲେ ।


0 Comments