ଚଳିତ ବର୍ଷ ଆମ ଓଡିଶା ସରକାର ଓଡ଼ିଆ ନବ ବର୍ଷର ଆଗତ ସମୟରେ ଆମ ଓଡ଼ିଆ ସଂସ୍କୃତିକୁ ପୁଣି ଲୋକଲୋଚନକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଏପ୍ରିଲ୍ ୧ ଉତ୍କଳ ଦିବସାଠାରୁ ଆରମ୍ଭ କରି ଏପ୍ରିଲ୍ ୧୪ ଓଡିଆ ନବ ବର୍ଷ ଯାଏଁ ଓଡ଼ିଆ ପକ୍ଷ ପାଳନ ୨୦୨୬ ର ଆୟୋଜନ କରିଥିଲେ। ଏହି ଓଡ଼ିଆ ପକ୍ଷ, ରାମନାରାୟଣ ଡିଗ୍ରୀ ମହାବିଦ୍ୟାଳୟ ଡୁରା , ପ୍ରାଣୀ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ବିଭାଗୀୟ ମୁଖ୍ୟ ଡ଼. ଉଷା ରାଣୀ ବ୍ରହ୍ମାଙ୍କ ନେତୃତ୍ବରେ ଏକ ନିଆରା ଢଙ୍ଗରେ, ଉତ୍ସାହର ସହ ପାଳନ କରିଛନ୍ତି। ଉତ୍କଳ ଦିବସଠାରୁ ଆରମ୍ଭ କରି ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି, ସମସ୍ତ ଓଡ଼ିଆ ପକ୍ଷ/ସଂସ୍କୃତିକୁ ପାଳନ କରାଯାଇଛି। ଓଡ଼ିଆ ପୋଷାକ ଦିବସରେ ସମସ୍ତ ଛାତ୍ରଛାତ୍ରୀ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଥିଲେ। ସ୍ଵଚ୍ଛତା ଅଭିଯାନ ଉପଲକ୍ଷେ ସମସ୍ତ ଛାତ୍ରଛାତ୍ରୀମାନେ ପରିବେଶରୁ ଆବର୍ଜନା ସଫା କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ଆବଶ୍ୟକୀୟ ପୁସ୍ତକ କିଣି ଆସ ବହିଟିଏ କିଣିବା ଅଭିଯାନ ସଫଳ କରିଥିଲେ। ଏପ୍ରିଲ୍ ୧୨ ତାରିଖ ଦିନ ବିଭାଗୀୟ ମୁଖ୍ୟ ଡ଼. ଉଷା ରାଣୀ ବ୍ରହ୍ମା ଚଳଚ୍ଚିତ୍ର ପ୍ରକ୍ଷେପଣ ଯନ୍ତ୍ର (ପ୍ରୋଜେକ୍ଟର) ମାଧ୍ୟମରେ ଓଡ଼ିଶାର ବୀର ବରପୁତ୍ରଙ୍କ ଚିତ୍ର ପ୍ରଦର୍ଶନ କରି ସମସ୍ତ ଛାତ୍ରଛାତ୍ରୀଙ୍କୁ କିଛି ଜ୍ଞାନ ଆହାରୋଣ କରିବାର ସୁଯୋଗ ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ୫୨ ପ୍ରକାର ଓଡ଼ିଆ ବ୍ୟଞ୍ଜନ ଯଥା ପଖାଳ, ଶାଗ, ପୀଠା, କ୍ଷୀରି ଇତ୍ୟାଦି ଓଡ଼ିଆ ରୁଚିକର ଖାଦ୍ୟ ଆଣି ଆମ ରୁଚି ଆମ ଖାଦ୍ୟ ଦିବସ ଖୁବ୍ ଆନନ୍ଦର ସହ ପାଳନ କରିଥିଲେ। ଶେଷରେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଛାତ୍ରଛାତ୍ରୀମାନେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରା ତାରିଣୀଙ୍କ ପାଖରେ ନବାତ ପଣା ଭୋଗ ଲାଗାଇ ହନୁମାନ ଚାଳିଶା ପାଠ କରି ଓଡ଼ିଆ ନବ ବର୍ଷ ଏବଂ ପଣା ସଂକ୍ରାନ୍ତି ଉଛବ କୁ ପାଳନ କରିଥିଲେ। ଏହି ପରି ଭାବେ ରାମନାରାୟଣ ଡିଗ୍ରୀ ମହାବିଦ୍ୟାଳୟ ଡୁରା ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଓଡ଼ିଆ ପକ୍ଷ ପାଳନ ହୋଇ ଉଜ୍ଜାପନ କରା ଯାଇଥିଲା।


0 Comments