OTT: ଓଟିଟିରେ ‌ୱେବ୍‌ସିରିଜ୍‌ର ଓଭର୍‌ଡୋଜ୍‌


ଚଳିତ ବର୍ଷ ଓଟିଟି ପ୍ଲାଟ୍‌ଫର୍ମରେ ଏକରୁ ଆରେକ ବଳି ନୂଆ ୱେବ୍‌ସିରିଜ୍‌ ଓ ଫିଲ୍ମର ଲାଇନ୍‌ ଲାଗିଛି। ଘରେ ବସି ମନୋରଞ୍ଜନର ସୁବିଧା ଖୋଜୁଥିବା ଦର୍ଶକଙ୍କ ପାଇଁ ଓଟିଟି ପ୍ଲାଟ୍‌ଫର୍ମ ଆମାଜନ୍‌ ପ୍ରାଇମ୍‌ ଭିଡିଓ ନିକଟରେ ତା’ର ରିଲିଜ୍‌ କ୍ୟାଲେଣ୍ଡର୍‌ ଜାରି କରିଛି। ଏଥିରେ ତାଲିକାରେ ରହିଛି ୩୦ଟି ନୂଆ ୱେବ୍‌ସିରିଜ୍‌ ଓ ୧୯ଟି ଫିଲ୍ମ ବ୍ୟତୀତ ଆହୁରି ଅନେକ ସୋ’। ସମୁଦାୟ ୫୫ଟି ଫିଲ୍ମ, ସିରିଜ୍‌ ଓ ସୋ’ର ଏହି ତାଲିକାରେ ଇଣ୍ଡିଆନ୍‌ ଓରିଜିନାଲ୍‌ କଣ୍ଟେଣ୍ଟ୍‌ ସହ ଆମାଜନ୍‌ ଏମ୍‌ଜିଏମ୍‌ ଷ୍ଟୁଡିଓଜ୍‌ ଇଣ୍ଡିଆ ଥିଏଟର୍‌ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମଗୁଡ଼ିକର ଡିଜିଟାଲ୍‌ ଷ୍ଟ୍ରିମିଂ ଲାଇସେନ୍‌ସଡ ଫିଲ୍ମର ନାଁ ବି ରହିଛି। ଏଥିରେ ‘ପଞ୍ଚାୟତ ସିଜିନ୍‌-୫’ ଓ ‘ଫର୍ଜି ସିଜିନ୍‌-୨’ରୁ ଆରମ୍ଭ କରି ‘ଦୁପହିୟା-୨’ ଓ ‘ଗ୍ରାମ ଚିକିତ୍ସାଳୟ-୨’ ଭଳି ଲୋକପ୍ରିୟ ସିରିଜ୍‌ ବି ରହିଛି। ସେହିପରି ‘ମିର୍ଜାପୁର ଫିଲ୍ମ’, ‘ନାଗଜିଲା’, ‘ରାଖ୍‌’, ‘ସିଷ୍ଟମ୍‌’ ଓ ‘ସୁନ୍ଦର ପୁନମ୍‌’ ଭଳି ଓରିଜିନାଲ୍‌ ଓଟିଟି ଫିଲ୍ମ ମଧ୍ୟ ରହିଛି। ଆସିବାକୁ ଥିବା ନୂଆ ଫିଲ୍ମ ଓ ସିରିଜ୍‌ ମଧ୍ୟରେ ନିଖିଲ୍‌ ଆଡ୍‌ଭାନିଙ୍କ ‘ଦ ରିଭଲ୍ୟୁସନାରିଜ୍‌’ ମଧ୍ୟ ରହିଛି। ଏଥିରେ ଭୁବନ ବାମ, ରୋହିତ ସରାଫ, ପ୍ରତିଭା ରାଣ୍ଟା ଓ ଗୁରଫତେହ ପିର୍‌ଜାଦା ନଜର ଆସିବେ। ଏହାଛଡ଼ା ବିଜୟ ବର୍ମା ଅଭିନୀତ ‘ମଟକାକିଙ୍ଗ୍‌’, ଅଲି ଫଜଲ୍‌ ଓ ସୋନାଲି ବେନ୍ଦ୍ରେଙ୍କ ‘ରାଖ୍‌’, ୟାମି ଗୌତମଙ୍କ ‘ନୟୀ ନୱେଲି’ ଓ ସାନ୍ୟା ମାଲହୋତ୍ରାଙ୍କ ‘ସୁନ୍ଦର ପୁନମ୍‌’ ଉପରେ ସମସ୍ତଙ୍କର ନଜର ରହିବ।

Post a Comment

0 Comments