135 ତମ ଆମ୍ବେଦକର ଜୟନ୍ତୀ ପାଳନ, ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା


ଆଜି ତା-14/04/2026 ରିଖ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ନବନିର୍ବାଚିତ ସଭାପତି ଶ୍ରୀଯୁକ୍ତ କିର୍ତ୍ତନ ଦାସ ଙ୍କ ନେତୃତ୍ବରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ବାବା ସାହେବ୍ ଡ଼ା.ଭୀମରାଓ ଆମ୍ବେଦକରଙ୍କ 135ତମ ଜନ୍ମ ଜୟନ୍ତୀ ପାଳନ କରାଗଲା, ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରୁ ସମସ୍ତ ନିର୍ବାଚନ ମଣ୍ଡଳୀରୁ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇ ପ୍ରଥମେ ବାବା ସାହେବ୍ ଆମ୍ବେଦକରଙ୍କ ଜୀବନୀ କାହାଣୀ ଉପରେ ବର୍ଣ୍ଣନା କରିଥିଲେ ଓ ତାଙ୍କର ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦିଆଯାଇଥିଲା, ଧୂପ ଦୀପ ଦେଇ ସଭାରେ ଜଣେ ଜଣେ ବକ୍ତବ୍ୟ ରଖିଲେ, ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିନାଥ ନାୟକ, ସାଧାରଣ ସମ୍ପାଦକ ଭୀମସେନ ବେହେରା, ଆଇନଜୀବୀ ପ୍ରଦୀପ କୁମାର ପାଢ଼ୀ,N. ଦୁର୍ଯ୍ୟୋଧନ ରେଡ଼ି, ସନ୍ତୋଷ ସାହୁ, ସୁଶାନ୍ତ କୁମାର ବେହେରା, ପ୍ରକାଶ ଦାସ, ଆଇନଜୀବୀ ବିକାଶ ନାୟକ, ସରୋଜ ଦାସ, ସୁଶାନ୍ତ ଦାସ,ପ୍ରଭାକର ବେହେରା, ଗଜେନ୍ଦ୍ର ଦାସ, ମୋହନ ରେଡ଼ି,ଶୁଭମ ଦାସ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ନବ ନିର୍ବାଚିତ ସଭାପତିଙ୍କୁ ମିଠା ଖୁଆଇଥିବା ବେଳେ ଶେଷରେ ମଧୁର ସ୍ବାଦିଷ୍ଟ ବେଲ ପଣାର ନିୟୋଜନ କରାଯାଇଥିଲା।

Post a Comment

0 Comments