ଗଞ୍ଜାମ ଜିଲ୍ଲା ଗାୟତ୍ରୀ ପରିବାର ଜିଲ୍ଲାସ୍ତରୀୟ ବୈଠକ


ବ୍ରହ୍ମପୁର ନିଲାଦ୍ରୀ ବିହାର ଗାୟତ୍ରୀ ଶକ୍ତି ପୀଠରେ ଆଜି ତା_୧୨.୦୪.୨୦୨୬ ପୂର୍ବାହ୍ନ ଘ୍ ୧୧ ରେ ଗଞ୍ଜାମ ଜିଲା ଗାୟତ୍ରୀ ପରିବାରର ଜିଲା ସ୍ତରିୟ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମନ୍ବୟ ସମିତିର ମୁଖ୍ୟ ସଂଯୋଜକ,ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଫୁଲ୍ଲ ଦାସଙ୍କ ଅଧକ୍ଷତାରେ ଗାୟତ୍ରୀ ମହାମନ୍ତ୍ରର ସାମୁହିକ ପାଠ ସହ ବୈଠକ ପ୍ରାରମ୍ଭ କରା ଯାଇଥିଲା । ଏଥିରେ ଜିଲ୍ଲାର ପ୍ରତ୍ୟେକ ବ୍ଳକର ସମନ୍ୱୟ ସମିତି ସଦସ୍ୟ ମାନେ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ୬୦ ରୁ ଉର୍ଦ୍ଧ  ସଂଯୋଜକ ଓ ଗାୟତ୍ରୀ ପରିବାର ପରିଜନ ମାନେ ଯୋଗଦେଇଥିଲେ ମୂଖ୍ୟ ସଂଯୋଜକ ପ୍ରଫୁଲ ଦାସ ତାଙ୍କର ଗତ ସାଢ଼େ ତିନିବର୍ଷ କାର୍ଯ୍ୟକାରିତା ବିବରଣୀ ପାଠ କରିଥିଲେ । ଗତ ଦିନରେ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେଇଥିବା ଭାରତିୟ ସଂସ୍କୃତିର ଜ୍ଞାନ ପରିକ୍ଷାର ସାର୍ଟିଫିକେଟ ଗୁଡ଼ିକୁ ବିଭିନ୍ନ ସ୍କୁଲରୁ ଆସିଥିବା  ସଂପୃକ୍ତ ଶିକ୍ଷକ ଏବଂ ବ୍ଲକ ସଂଯୋଜକମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ଜିଲା ସମନ୍ବୟ ସମିତିର ଅବଧି ତିନିବର୍ଷରୁ ଉର୍ଦ୍ଦ ହୋଇଯାଇଥିବା ହେତୁ ମୂଖ୍ୟ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ ଦାସ ସ୍ୱେଚ୍ଛାକୃତ ଭାବେ ତାଙ୍କର ତ୍ୟାଗପତ୍ର ପ୍ରଦାନ କରିଥିଲେ।ଆଜିଠାରୁ  ଚ଼ଳିତ ସମନ୍ଵୟ ସମିତିକୁ ଭଙ୍ଗ କରିଦିଆଗଲା ଏବଂ ଆଗାମିଦିନରେ ଜିଲା ନୂତନ ସମିତିର ପୁନ୍ନର ଗଠନ ପ୍ରକ୍ରିୟା ଶାନ୍ତିକୁଞ କେନ୍ଦ୍ରିୟ ପ୍ରତିନିଧି ତଥା ଓଡ଼ିଶା ମୂଖ୍ୟ ସଂଯୋଜକଙ୍କ ଉପସ୍ଥିତିରେ  ଅନୁଷ୍ଠିତ ହେବା ସକାସେ ପୂର୍ବତନ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସ ଘୋଷଣା  କରିଥିଲେ।ସେଷରେ ସାନ୍ତିପାଠ ସହ ବୈଠକ ସମ୍ପୂର୍ଣ୍ଣ କରାଯାଇଥିଲା ।

Post a Comment

0 Comments