ବ୍ରହ୍ମପୁର, ଏପ୍ରିଲ ୬ତାରିଖରୁ ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତି ଓ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳା ଆଜି ଉଦଯାପିତ ହୋଇଯାଇଛି l ଉକ୍ତ ମେଳାରେ ଓଡ଼ିଶାର ୩୦ଟି ଜିଲ୍ଲା ୧୧୦ଟି ସ୍ଵୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଠୀ ତାଙ୍କର ଉତ୍ପାଦିତ ବିଶୁଦ୍ଧ ଗ୍ରାମୀଣ ପଦାର୍ଥ ବିକ୍ରି କରିବାରେ ସୁଯୋଗ ପାଇଥିଲେ l ଏତତ୍ ବ୍ୟତୀତ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୧୫ଟି ରାଜ୍ୟରୁ ୭୦ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା । ଏହି ମେଳାରେ ସୁନାମ ଧନ୍ୟ ହସ୍ତ୍ର ତନ୍ତ୍ର ଓ ହସ୍ତ କଳା ଶିଳ୍ପୀ ସେମାନଙ୍କ ହାତ ତିଆରି ବିଭିନ୍ନ ଜିନିଷ ବିକ୍ରି କରିବାରେ ସୁଯୋଗ ପାଇଥିଲେ l ଜିଲ୍ଲା କୃଷି ବିଭାଗ ତରଫରୁ ହୋଇଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ୫୦ଗୋଟି ଷ୍ଟଲ୍ ରେ ବିଭିନ୍ନ କୃଷି ଜନିତ ଉପକରଣ ,ଯନ୍ତ୍ରପାତି ଇତ୍ୟାଦି ପ୍ରଦର୍ଶନ ହୋଇଥିଲା । ଏହି ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ସହିତ ଅତ୍ୟାଧୁନିକ ଚାଷ ପ୍ରଣାଳୀ ,ଜୈବିକ ତଥା ପରମ୍ପରା ଗତ କୃଷି ବିକାଶ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଯାଉଥିଲା l ସୁଭଦ୍ରା ଶକ୍ତି ଖାଦ୍ୟ ମେଳାରେ ୨୫ଗୋଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଏପ୍ରିଲ ୬ତାରିଖରୁ ୧୨ ତାରିଖ ଯାଏଁ ଉକ୍ତ ମେଳାରେ ସମୁଦାୟ ୪କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ଜଣା ପଡ଼ିଛି।


0 Comments