ବ୍ରହ୍ମପୁର :- ସିଲ୍କ ସିଟି ଏମ୍ଜିଏଫ୍ ଓ୍ୱାକର୍ସ କ୍ଲବ୍ ର ସଧାରଣ ପରିଷଦ ବୈଠକ ସଭାନେତ୍ରୀ ଯାଜ୍ଞସେନି ଦେବୀଙ୍କ ଅଧକ୍ଷତାରେ ଆୟୋଜିତ ହୋଇଯାଇଛି । ଏଥିରେ ଆନ୍ତର୍ଜାତୀୟ ସଭାପତି ଡାକ୍ତର ଇ.ଜୟନ୍ତୀ ରାଓ, ଡିଜି ରାଜ କିଶୋର ସ୍ବାଇଁ, ପୂର୍ବତନ ଆରସି.ସୀମାଞ୍ଚଳ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟଣ ଚିନାରୀ, ମହେଶ୍ବର ପୃଷ୍ଟି, କୈଳାସ ପାତ୍ର, ଦଣ୍ଡପାଣି ପାତ୍ର, ଉର୍ମିଳା ଚିନାରୀ, କ୍ଷଣପ୍ରଭା ପାଣିଗ୍ରାହୀ, ବାଣିଶ୍ରୀ , କେଶବ ରାଓ, ସୁଦୀପ କୁମାର ସାହୁ,ଉପସଭାପତି ଇପାରୀ କେଶବ ରାଓ ଓ କୋଷାଧକ୍ଷ ଦଣ୍ଡପାଣି ପତ୍ର ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବେ ବଡ଼ ଡାକ୍ତରଖାନାର ଡ଼ା ସ୍ଵାତୀ ମିଶ୍ର ଯୋଗ ଦେଇ କ୍ଲବ କର୍ମକର୍ତ୍ତା ମାନଙ୍କୁ ସ୍ୱାସ୍ଥ୍ୟ ର କିଭଳି ଯତ୍ନ ନିଆଯିବ ସେଥି ନେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।ଏଥିରେ କ୍ଲବ ର ବହୁ କର୍ମକର୍ତା ସହଯୋଗ କରିଥିଲେ । ଡ଼ା କିରଣ କୁମାର ପାଣିଗ୍ରାହୀ ଏଠାରେ ମୁଖ୍ୟବକ୍ତା ଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାନେତ୍ରୀ ଦେବୀ କ୍ଲବ ତରଫରୁ ନିଆଯାଇଥିବା ବିଭିନ୍ନ ସେବା କାଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେବା ସହ ଆଗକୁ ମଧ୍ୟ ଏପରି କାଯ୍ୟକ୍ରମ ଜାରିରହିବ ବୋଲି କହିଥିଲେ । ସମସ୍ତ କାଯ୍ୟକ୍ରମରେ କ୍ଲବ କର୍ମକର୍ତ୍ତା ଙ୍କ ସହଯୋଗ ଲାଗି ସଭିଙ୍କୁ କୃତଜ୍ଞତା ଜଣାଇଥିଲେ ।


0 Comments