ବଡ ମେଡ଼ିକାଲରେ ଆଉ ଏକ ବିରଳ ଅସ୍ତ୍ରୋପଚାରସଫଳ


ବ୍ରହ୍ମପୁର ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ବିଭାଗରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି l ଦୂର୍ଘଟଣା ଯୋଗୁଁ ଶିଶୁର ମସ୍ତିସ୍କ ବାହାରେ ଝୁଲୁଥିଲା,ଅସ୍ତ୍ରୋପଚାର ପରେ ଘରକୁ ଫେରିଲେ ଶିଶୁ।ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରାଉଳପଡା ଗ୍ରାମର ଜଣେ ଷଷ୍ଠ ଶ୍ରେଣୀର ଶିଶୁର ମସ୍ତିଷ୍କରେ ଏଭଳି ଅସ୍ତ୍ରୋପଚାର ସଫଳତା ହୋଇ ଶିଶୁଟି ଘରକୁ ଫେରିଛି l ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ପୁଅ ବାଙ୍କେଶ୍ବରୀ ଗତ ମାସ ୨୬ ତାରିଖ ଦିନ ସ୍କୁଲକୁ ଯାଉଥିବା ସମୟରେ ସାଇକେଲରୁ ପଡି ତାଙ୍କର ମସ୍ତିଷ୍କ ବାହାରକୁ ବାହାରି ଯାଇଥିଲା। ଆମ୍ବୁଲାନ୍ସ ଯୋଗେ ଶିଶୁକୁ ମେଡିକାଲ ଅଣାଯିବା ପରେ ସମସ୍ତ ପ୍ରକାର ଚିକିତ୍ସା ଆରମ୍ଭ କରାଯାଇଥିଲା। ଡାକ୍ତରୀ ଦଳଙ୍କ ଅସ୍ତ୍ରୋପଚାର ପରେ ଶିଶୁଟିକୁ ଦୀର୍ଘ ୧୩ ଦିନ ଧରି ଆଇସିୟୁରେ ରଖା ଯାଇଥିଲା।ଅସ୍ତ୍ରୋପଚାର ଓ ଚିକିତ୍ସା ଦିଗରେ ସ୍ନାୟୁଶଲ୍ଯ ବିଭାଗୀୟ ମୂଖ୍ୟ ଡା.ରବିନାରାୟଣ ପଣ୍ଡା ଙ୍କ ଟିମ୍ ସଫଳତାର ଶ୍ରେୟ ନେଇଛନ୍ତି l ଶିଶୁଟିର ପିତାମାତା ଡାକ୍ତରୀ ଦଳଙ୍କୁ ସେମାନଙ୍କ କୣତଜ୍ଞତା ଜଣାଇଛନ୍ତି। ପୂର୍ବରୁ ଦିଗପହଣ୍ଡି ଅଞ୍ଚଳର ସାମ୍ବାଦିକ ହରପ୍ରସାଦ ରଥଙ୍କ କ୍ଷେତ୍ରରେ ବିରଳ ଅସ୍ତ୍ରୋପଚାର କରି ବିଭାଗୀୟ ଡାକ୍ତରୀ ଦଳ ଚର୍ଚ୍ଚାକୁ ଆସିଥିଲେ। ବ୍ରହ୍ମପୁର ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ବିଭାଗ ବୁଦ୍ଧିଜିବୀ ମହଲରୁ ପ୍ରଶଂସା ସୁଅ ଛୁଟୁଛି l

Post a Comment

0 Comments