ଦକ୍ଷିଣପୁର କ୍ଲଷ୍ଟରସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠୀତ ହୋଇଯାଇଛି। ଏହି ସମସ୍ତଙ୍କୁ କର୍ମଶାଳାର ପ୍ରଥମ ଦିବସରେ ଆମ୍ବଗଡ ସେବା ସମବାୟ ସମିତିର ସଭାପତି ତଥା ଏହି ଅଞ୍ଚଳର ଶିକ୍ଷାବିତ୍ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ। ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କର୍ମଶାଳାର ଉଦ୍ଦେଶ୍ୟ କଣ ତାହା ଉପସ୍ଥାପନ କରିଥିଲେ । କ୍ଲଷ୍ଟର ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯକ୍ରମରେ ଚାରି ଜଣ ପ୍ରଶିକ୍ଷକ ଯୋଗ ଦେଇ ଥିଲେ । ଶିବରାମ ମହାଙ୍କୁଡ଼ ( ଆର ପି ) ପ୍ରଶିକ୍ଷାର୍ଥୀ ମାନଙ୍କୁ ପେପର୍ ରେ ରଙ୍ଗବେରଙ୍ଗ ର ଅନେକ ପ୍ରକାରର ଶିକ୍ଷଣ ଫଳା ଫଳ ଅଧାରିତ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା କଳା ପ୍ରଶିକ୍ଷାର୍ଥି ଙ୍କୁ ଶିଖାଇ ଥିଲେ । ଏହି କର୍ମଶାଳା ରେ କ୍ଲଷ୍ଟର ର ୧୨ ଗୋଟି ବିଦ୍ୟାଳୟର ପ୍ରାୟ ୩୫ ଜଣ ପ୍ରଶିକ୍ଷାର୍ଥି ଯୋଗ ଦେଇଥିଲେ । ଯଥା ଆମ୍ବଗଡ ବିଦ୍ୟାଳୟ ରୁ ସୁନୀତା ସାହୁ, ଅରୁଣା କୁମାରୀ, ଗୁଣ୍ଠ ବନ୍ଧ ବିଦ୍ୟାଳୟର ସୁଜାତା କୁମାରୀ ସାହୁ, ସଙ୍ଗୀତ ପାତ୍ର, ଦକ୍ଷିଣପୁର ବିଦ୍ୟାଳୟର ଏ. ପୁଷ୍ପ ଲତା, ରୁବିତା କୁମାରୀ ଦେବୀ, ରଶ୍ମିତା କୁମାରୀ ପ୍ରଧାନ, ମନୀଷ ମଞ୍ଜରୀ ବଡ଼ ମୁଣ୍ଡି, ଲାଞ୍ଜିଆ ବିଦ୍ୟାଳୟରୁ ନମିତା କୁମାରୀ ମହାରଣା, ରଶ୍ମିତା ମହାଙ୍କୁଡ଼, ବାଳକୃଷ୍ଣପୁରରୁ ଶଶିରେଖା ମଲ୍ଲିକ୍, ରାଜଲକ୍ଷ୍ମୀ ନାହାକ, ପଦରବାଲି ରୁ ଅଳକା ମିଶ୍ର, ବିର କିଶୋର ଚୌଧୁରି, ଭଗବାନପୁର ରୁ କନକ ଲତା ମହାନ୍ତି, ବୁଦାଲୁଣ୍ଡି ରୁ ମହାଲକ୍ଷ୍ମୀ କର, ବି. ସଙ୍ଗୀତା ପାତ୍ର, କୁମ୍ଭଝରି ରୁ ସୁଶ୍ରୀ ସଙ୍ଗୀତା ପାତ୍ର, ପି. ନରସିଂହ , ବାଘଝରୀ ରୁ ସରସ୍ଵତୀ ଆଚାରୀ, ସୌମ୍ୟ ରଞ୍ଜନ ଦାଶ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ପ୍ରଶିକ୍ଷକ ଶିବରାମ ମହାଙ୍କୁଡ, ଗିରିଧର ସାହୁ, ରଞ୍ଜନ ପାଣିଗ୍ରାହିଙ୍କ ଠାରୁ ଅନେକ କଳାଶୈଳୀ ଶିଖିଥିଲେ । କର୍ମ ଶାଳା କାର୍ଯ୍ୟ ଚାଲିଥିବା ସମୟରେ କୁକୁଡାଖଣ୍ଡି ଗୋଷ୍ଠି ସହଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ବସନ୍ତ କୁମାର ଶେଠୀ ଓ ବିଇଓ ଅଫିସର କର୍ମଚାରି ସନ୍ତୋସ କୁମର ବେହେରା ଉପସ୍ଥିତ ରହି ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରି ଏହି କର୍ମଶାଳା ଆୟୋଜନ ଦ୍ୱାରା ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ କଣ ଉପକାର ହେବ ତାହା ବୁଝାଇଥିଲେ। ଶିକ୍ଷଣ ସାମଗ୍ରୀ ଗୁଡିକୁ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ତତ୍ ପରେ ପ୍ରଥମ ଦିନର କର୍ମଶାଳା କାର୍ଯକ୍ରମକୁ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ସ୍ତଗିତ ରଖାଯାଇଥିଲା। ତାପରବର୍ତୀ ଦିନ ଦ୍ୱିତୀୟ ଦିନର କର୍ମ ଶାଳା ଠିକ୍ ସମୟରେ ଆରମ୍ଭ କରାଯାଇଥିଲା। କର୍ମଶାଳାର ଦ୍ୱିତୀୟ ଦିନରେ ଆର.ପି ଶିବରାମ ମହାଙ୍କୁଡ଼, ଗିରିଧାରି ସାହୁ କାର୍ଯ୍ୟକ୍ରମକୁ ଆଗକୁ ନେଇ ମାଟି, କାଗଜ ଓ କାଠରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ପ୍ରଣାଳୀ ଶିଖାଇ ଥିଲେ। ପ୍ରଶୀକ୍ଷାର୍ଥି ମାନଙ୍କ ତରଫରୁ ନମିତା କୁମାରୀ ମହାରଣା, ଏ.ୟ ପୁଷ୍ପଲତା, ସୁଜାତା ସାହୁ , ଶଶିରେଖା ମଳିକ, ଅଳକା ମିଶ୍ର ବିଭିନ୍ନ ସନ୍ଦେହ ଗୁଡିକୁ ଆର.ପି ମାନଙ୍କୁ ପଚାରି ନିଜ ନିଜ ସନ୍ଦେହ ଦୂର କରିଥିଲେ। ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମ ଶାଳାର ଅନ୍ତିମ ପର୍ଯ୍ୟାୟରେ ଶ୍ରୀ କାହ୍ନୁ ଚରଣ ପାତ୍ର ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ସି.ଆର.ସି.ସି. ଦୁଷ୍ମନ୍ତ କୁମାର ପଟ୍ଟନାୟକ ଉପସ୍ଥିତ ସମସ୍ତ ପ୍ରଶିକ୍ଷାର୍ଥୀ , ପ୍ରଶିକ୍ଷକ ଓ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ କାର୍ଯକ୍ରମକୁ ଉଜ୍ଜାପନ କରି ଥିଲେ।


0 Comments