ଭକ୍ତି ସଂଗୀତ ସମାରୋହ


ବ୍ରହ୍ମପୁର ତା. ୧୬.୦୪.୨୦୨୬ରିଖ ସନ୍ଧ୍ୟାରେ କନିଶି ନିକଟସ୍ଥ ଗୁଣପୁର ଗ୍ରାମରେ ବିଜେକରିଥିବା ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶିବ ଚତୁର୍ଦ୍ଦଶୀ ଉପଲକ୍ଷେ ଠାକୁରଙ୍କ ବେଢ଼ା ପରେ ପରେ ପ୍ରଦୀପ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଶ୍ଵିନୀ ମହାପାତ୍ର, ପାଣ୍ଡବ ନାୟକ, ବାସୁଦେବ ମଲଣା, ସୁରେଶ ନାୟକ, ଶଙ୍କର ନାୟକ, ହରିକୃଷ୍ଣ ବେହେରା, ବସନ୍ତ ବେହେରା, ରମେଶ ନାୟକ, ନାରାୟଣ ପାଢ଼ୀ, ବିନୋଦ ନାୟକ, ଜୟନ୍ତ ଚୌଧୁରୀ, ସୁରଥ ନାୟକ, ପ୍ରମୁଖ କଣ୍ଠଶିଳ୍ପୀ ବହୁ ପୁରାତନ ଓ ନୂତନ ଭଜନ ପରିବେଷଣ କରିଥିଲେ ତତ୍ ସହିତ ପ୍ରଦୀପ ନାୟକ ସମସ୍ତ କଳାକାରଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଯନ୍ତ୍ର ସଙ୍ଗୀତରେ କିଶୋର, ଗୌର, ଶାନ୍ତନୁ, ସୁଜଳ ସହଯୋଗ କରିଥିବା ବେଳେ ସମଗ୍ର କାର୍ଯ୍ୟକ୍ରମକୁ ପୁଷ୍ପଲତା ନାୟକ, ରଞ୍ଜିତ ରାଉଳ, ଟିଟୁ ରାଉଳ, ସଚ୍ଚିଦାନନ୍ଦ ମଲଣା, ସୁମିତ ଓ ସୁଗନ ରାଉଳ ପରିଚାଳନା କରିଥିଲେ। ଆଗପାଖ ଗ୍ରାମର ବହୁ ଦର୍ଶକ ଯୋଗ ଦେଇଥିଲେ।

Post a Comment

0 Comments