
ତା 18 ଏପ୍ରିଲ 2026ରିଖ,ପାଞ୍ଚଜନ୍ୟ କଳା ପରିଷଦ, ବ୍ରହ୍ମପୁର ଆନୁକୂଲ୍ୟରେ, , "ବିଶ୍ୱ ଐତିହ୍ୟ ଦିବସ" ପାଳନ ଅବସରରେ, ଗଞ୍ଜାମ କଳା ପରିଷଦ,କବିସୂର୍ଯ୍ୟ ରଙ୍ଗମଞ୍ଚରେ ନାଟ୍ୟକାର ଗିରିଜା ଶଙ୍କର ଦାଶଙ୍କ ରଚନା ଓ ନିର୍ଦ୍ଦେଶନାରେ ନାଟକ "କୋଣାର୍କ ଆଖିରେ ଲୁହ" ମଞ୍ଚସ୍ଥହୋଇ ବିପୁଳ ପ୍ରଶଂସା ସାଉଁଟିଛି l ସହ ନିର୍ଦ୍ଦେଶନା ସନ୍ଦୀପ ପଟ୍ଟନାୟକ, ଗୀତ ରଚନା ଓ ସ୍ୱରସଂଯୋଜନା ତାପସ ପାଣିଗ୍ରାହୀ, ସଂଗୀତ ଅଂଶୁମାନ ଦାଶ, ଆଲୋକ ଅଶୋକ ଜେନା ଓ ଶବ୍ଦରେ କାଳିଆ ସହଯୋଗ କରିଥିଲେ l ଅଭିନୟରେ ଇଂ. ମନୋଜ ଦଣ୍ଡପାଟ, ସନ୍ଦୀପ ପଟ୍ଟନାୟକ, ସରୋଜ କୁମାର ପଣ୍ଡା,ପ୍ରିୟମ୍ବଦ ପଟ୍ଟନାୟକ,ଭକ୍ତି ବିନୋଦ ରଥ, ସପନ କୁମାର ସେଠୀ,ସମ୍ବିତ ରଣା, ଅକ୍ଷୟ କୁମାର ଭୂୟାଁ,ବିନାୟକ ହୋତା, ସରୋଜ କୁମାର ବାରିକ, ଚନ୍ଦନ ପାତ୍ର, ଚନ୍ଦନ ମହାରଣା, ମନୋଜ ରଥ, ଅନୁରୋଧ ବେହେରା, ଜସ୍ମିତା ରାଣୀ ସାହୁ, ଅଙ୍କିତା ପାତ୍ର, ଶିବାନୀ ପଣ୍ଡା...........l ଇଂ ଅପୂର୍ବ ପଟ୍ଟନାୟକ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଭବାନୀ ଶଙ୍କର ମିଶ୍ର, ଅତିଥି ରୂପେ ଶଙ୍କର୍ଷଣ ସାବତ ଯୋଗଦେଇଥିଲେ l ଏହି ଅବସରରେ ଡା. ତିରୁପତି ସାହୁ, ଡା.ରାଜେନ୍ଦ୍ର କୁମାର ବେହେରା, ଇଂ. ଆଶୁତୋଷ ପାତ୍ର,ଶିକ୍ଷାବିତ କାଳୀଚରଣ ସାହୁ ଓ ନାଟ୍ୟକାର ନିତ୍ୟାନନ୍ଦ ସାହୁ ତଥା ବରିଷ୍ଠ ସାମ୍ୱାଦିକ ସମ୍ମାନ ଶ୍ରୀଯୁକ୍ତ ସୁଦିପ ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା l ଗିରିଜା ଶଙ୍କର ଦାଶଙ୍କ ରଚିତ ନାଟକ "ଶୂନ୍ୟ ମନ୍ଦିର ଲୋକାର୍ପଣ ହୋଇଥିଲା l ମଞ୍ଚ ଆହ୍ୱାନ ତାପସ ପାଣିଗ୍ରାହୀ ଏବଂ ମିହିର କୁମାର ତ୍ରିପାଠୀ ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ସୁନନ୍ଦା ସାହୁ କରିଥିବାବେଳେ, ଉପସଭାପତି କୈଳାଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l
0 Comments