ଡିଏଭି ପବ୍ଲିକ୍ ସ୍କୁଲରେ ଖରା ଦିନ ଲାଗି ଦହି ପଣା ବଣ୍ଟନ


ବ୍ରହ୍ମପୁର ୧୭/୪  ଗୋଷାଣୀ ନୂଆ ଗ୍ରାମ ସ୍ଥିତ ଡି ଏ ଭି ପବ୍ଲିକ ସୁଲ ତରଫରୁ ଶୁକ୍ରବାର ସ୍କୁଲ ସମ୍ମୁକ୍ଷ ରାସ୍ତାରେ ଖରା ଦିନକୁ ଦୃଷ୍ଟିରେ ରଖି ଦହି ପଣା ବଣ୍ଟନ କରାଯାଇଥିଲା । ଏଠାରେ ବହୁ ଅଭିଭାବକ, ଗାଡ଼ି ଚାଳକ ଓ ଛାତ୍ର ଛାତ୍ରୀ ମାନେ ପଣା ସେବନ କରି ଖୁସି ଅନୁଭବ କରିଥିଲେ । ସ୍କୁଲ ଅଧ୍ୟକ୍ଷା ଧାରାଶ୍ରୀ ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ସହଯୋଗ କରିଥିଲେ ।

Post a Comment

0 Comments