ଜାଭିୟର୍ସ ହାଇ ସ୍କୁଲରେ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା


ବ୍ରହ୍ମପୁର ୧୭/୦୪  ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ଚଳିତ ବର୍ଷ ସିବିଏସଇ ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା  ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଅସୀମା ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ସଫଳତା ଲାଗି ଶୁଭ କାମନା ଜଣାଇବା ସହ ସଭିଙ୍କୁ ସମ୍ମାନିତ କରିଥିଲେ । କୁଳପତି ଏଠାରେ ଶିକ୍ଷା ସହ ସବୁ କ୍ଷେତ୍ରରେ କିପରି ଛାତ୍ରଛାତ୍ରୀ ଭବିଷ୍ୟତରେ ସଫଳତା ଓ ସୁନାମ ଅର୍ଜନ କରି ପାରିବେ  ସେଥିନେଇ ନିଜର ମତ ଦେଇଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ସର୍ବଦା ଶୃଙ୍ଖଳା ରକ୍ଷା କରିବା ସହ ପିତାମାତା ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପଦେଶ ମାନି ବାକୁ ଆହ୍ୱାନ ଦେଇଥିଲେ  । ସ୍କୁଲ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡା ,   ସମ୍ପାଦିକା ପ୍ରିୟମ୍ବଦା ଦାସ, ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା,  ଉପାଧ୍ୟକ୍ଷା ଅନୁପମା ପ୍ରଧାନଙ୍କ ସମେତ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏହି ଅବସରରେ ଉପସ୍ଥିତ  ଥିଲେ । ସୂଚନା ଯୋଗ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ  ଶ୍ରେୟା ଅକସିତା ବେହେରା ନାମ୍ନୀ ଛାତ୍ରୀ ସର୍ବମୋଟ ୯୮.୪୦ ପ୍ରତିଶତ ମାର୍କ ରଖି ସ୍କୁଲ ର ଗୌରବ ବୃଦ୍ଧି କରିଥିବା ବେଳେ ୧୪ ଜଣଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ  ରଖିଛନ୍ତି.। ସମସ୍ତ ୧୬୭ଛାତ୍ରଛାତ୍ରୀ ସଫଳତା ର ସହ ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଛନ୍ତି । ।ଅଭିଭାବକ ମାନଙ୍କୁ ମଧ୍ଯ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା ।  ଶିକ୍ଷୟତ୍ରୀ ହରବିନ୍ଦର କୌର କାର୍ଯ୍ୟକ୍ରମରେ  ସଂଯୋଜନା କରିଥିଲେ ।

Post a Comment

0 Comments