ସେ କ୍ରମରେ ଏ.୧ ( ୯୦ ପ୍ରତିଶତରୁ ଉର୍ଦ୍ଧ୍ବ)ରେ ୨୩ଜଣ ଛାତ୍ରଛାତ୍ରୀ ଏବଂ ରିୟା ସାମଲ ହିନ୍ଦୀରେ ୧୦୦, ତେଜସ୍ଵୀନି ରଥ ହିନ୍ଦୀରେ ୧୦୦, ଶ୍ରେୟସ୍ ସାହୁ ଗଣିତରେ ୧୦୦, ଏମ୍ ଶୁଭଶ୍ରୀ ସୋସିଆଲ ସାଇନ୍ସରେ ୧୦୦, ଆଇ.ଟି ରେ ଆଦ୍ୟାଶା ଜେନା ୧୦୦, ବି. ଆୟୁଷ କୁମାର ପାତ୍ର ୧୦୦, ଶୁଭଶ୍ରୀ ଶତପଥୀ ୧୦୦ ପ୍ରାପ୍ତ କରି ଶତ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଏହି ସଫଳତା ହାସଲର ଖୁସି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଇଂ.ଅଶୋକ କୁମାର ପାଳ ସ୍କୁଲ ପରିସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମିଠା ଖୁଆଇ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ପିତା ମାତା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟନାରାୟଣ ସାହୁ ଓ ଉପାଧ୍ୟକ୍ଷା ପି. ସରିତା ମଧ୍ୟ ଆନୁଷ୍ଠାନିକ ଭାବେ ଅଭିନନ୍ଦନ ଜଣାଇଥିଲେ।
ଉକ୍ତ ସଫଳତାର ପ୍ରତି ସ୍ୱାକ୍ଷର ଭାବେ ସସ୍ମିତା ମିଶ୍ର, ପି. ଭେଙ୍କଟେସ୍ଵରାଲୁ, ରାଜୀବ ପଟ୍ଟନାୟକ, ଜି.ଭୁବନେଶ, ଭବାନୀ ଶଙ୍କର ସାହୁ, ବିଦ୍ୟାଧର ପାଣି, ଆରତୀ ବାଡତ୍ୟା ଓ ଲୋପାମୁଦ୍ରା ଦଳାଇ ଆଦି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂର୍ଣ୍ଣପ୍ରାଣରେ ପ୍ରଚେଷ୍ଟା ସହ ଛାତ୍ରଛାତ୍ରୀ ମାନଙ୍କର ଅକ୍ଲାନ୍ତ ପରିଶ୍ରମ ବଳରେ ପରୀକ୍ଷାର୍ଥୀ ମାନେ ଆଜି ଏହି ସଫଳତା ହାସଲ କରିଛନ୍ତି । ପ୍ରକାଶ ଥାଉ କି, ଭାରତୀୟ ଶିକ୍ଷା ଓ ସଂସ୍କାର ଆଧାରିତ ଓଡ଼ିଶାର ଏକ ମାତ୍ର ଇଂରାଜୀ ବିଦ୍ୟାଳୟ ବିଗତ ଆଠ ବର୍ଷ ଧରି ପୂର୍ଣ୍ଣ ସଫଳତା ପ୍ରାପ୍ତ କରି ବ୍ରହ୍ମପୁର ସହରରେ ନିଜ ସ୍କୁଲର ନାମକୁ ବେଶ୍ ପରିଚିତ କରାଇ ପାରିଛି ।


0 Comments