LIC ପକ୍ଷରୁ ବ୍ରହ୍ମପୁର ସବୁଜ ବାହିନୀକୁ “ଟ୍ରୀ ଆମ୍ବୁଲାନ୍ସ” ପ୍ରଦାନ


ବ୍ରହ୍ମପୁର, 16/04/2026 (ଗୁରୁବାର):LIC Golden Jubilee Foundation ପକ୍ଷରୁ ବ୍ରହ୍ମପୁର ସବୁଜ ବାହିନୀକୁ ଏକ “ଟ୍ରୀ ଆମ୍ବୁଲାନ୍ସ” ପ୍ରଦାନ କରାଯାଇଛି। ପରିବେଶ ସୁରକ୍ଷା ଓ ବୃକ୍ଷ ସଂରକ୍ଷଣ କ୍ଷେତ୍ରରେ ସଂଗଠନର ଦୀର୍ଘଦିନର ଅବଦାନକୁ ମନେରଖି ଏହି ସହଯୋଗ ଯୋଗାଇଦିଆଯାଇଛି। ଗତ 12 ବର୍ଷ ଧରି ବ୍ରହ୍ମପୁର ସହର ଓ ଆଖ ପାଖ ଅଞ୍ଚଳରେ ବୃକ୍ଷରୋପଣ, ବୃକ୍ଷ ସୁରକ୍ଷା ଓ ସବୁଜୀକରଣ କାର୍ଯ୍ୟରେ ବ୍ରହ୍ମପୁର ସବୁଜ ବାହିନୀ ନିରନ୍ତର କାର୍ଯ୍ୟ କରୁଛି। ବିଶେଷକରି ରାସ୍ତା ପ୍ରଶସ୍ତିକରଣ ସମୟରେ ଉପାଡ଼ି ଦିଆଯାଉଥିବା ବୃକ୍ଷଗୁଡ଼ିକୁ ଉଦ୍ଧାର କରି ସେଗୁଡ଼ିକୁ ନୂତନ ସ୍ଥାନରେ ପୁନର୍ରୋପଣ କରି ସଂରକ୍ଷଣ କରାଯାଉଛି। ଏହି “ଟ୍ରୀ ଆମ୍ବୁଲାନ୍ସ” ଆଗାମୀ ଦିନରେ ଆହତ, ଉପାଡ଼ି ଯାଇଥିବା ଓ ବିପଦଗ୍ରସ୍ତ ବୃକ୍ଷଗୁଡ଼ିକୁ ସୁରକ୍ଷିତ ଭାବେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚାଇ ପୁନର୍ଜୀବନ ଦେବାରେ ମୁଖ୍ୟ ଭୂମିକା ନିଭାଇବ ବୋଲି LIC ଡିଭିଜନାଲ୍ ମ୍ୟାନେଜର ଶ୍ରୀ ସୁଶାନ୍ତ ପାଣିଗ୍ରାହି କହିଥିଲେ। ପରେ ସେ ଏହି ଗାଡ଼ିଟିକୁ ସବୁଜ ବାହିନୀ ସଂଗଠନଙ୍କୁ ହସ୍ତାନ୍ତର କରି ସବୁଜ ପତାକା ଦେଖାଇ ଏହାର ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ LIC ପକ୍ଷରୁ ଅଫିସ ଷ୍ଟାଫ୍ ମ୍ୟାନେଜର୍ ଦେବାଶିଷ ମହାପାତ୍ର, ବସନ୍ତ କୁମାର ସାହୁ, ମାନସ କୁମାର ସ୍ୱାଇଁ, ପ୍ରଭାକର କୁମାର ସାମନ୍ତରାୟ ଉପସ୍ଥିତ ଥିଲେ। ସେହିପରି ସବୁଜ ବାହିନୀ ପକ୍ଷରୁ ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ସାଗର ପ୍ରସାଦ ପାତ୍ର, ସଞ୍ଜୟ ସାମନ୍ତରାୟ, ଏ. ପ୍ରକାଶ, ସ୍ୱାଧୀନ କୁମାର ସାହୁ, ଅନୀଲ ଚୌଧୁରୀ, ଅଜୟ କୁମାର ସାହୁ, ସୁଜାତା ମହାରଣା, ସୁଶୀଲ କୁମାର ଓ ନବୀନ ସାହୁ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଏହି ସହଯୋଗ ପାଇଁ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ LIC Golden Jubilee Foundation କୁ ଅନ୍ତରିକ ଧନ୍ୟବାଦ ଜଣାଯାଇଥିଲା

Post a Comment

0 Comments