"ଜିଲ୍ଲା ସ୍ତରୀୟ ସି.ଏମ୍ କପ ୨୦୨୬ ଗଞ୍ଜାମ ଜିଲ୍ଲା ରେ ଉଦଘାଟିତ "


ସି.ଏମ କପ ୨୦୨୬ ଦ୍ଵିତୀୟ ସଂସ୍କରଣ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିଅମ ଠାରେ ଆଜି ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଦିବସରେ ଫୂଟବଲ ଓ କବାଡି ମ୍ୟାଚ ଉଭୟ ବାଳକ ଓ ବାଳିକା ବର୍ଗ ରେ ଖେଳ ଯାଇଥିଲା। ଫୂଟବଲ ରେ ପ୍ରଥମ ମ୍ୟାଚ ସେଣ୍ଟ ଜାଭିଅର ଓ ସୋଡ଼ାକ ଟାଇଗର ବାଳକ ମଧ୍ୟରେ ଖେଳ ଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଓ ସାନମାନିତା ଅତିଥି ରୂପେ ଯୋଗ ଦେଇଥିଲେ  ଅବିନାଶ କୁମାର ଆଇ.ଏ.ଏସ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲାପାଳ ,  ଏ. ଶାସ୍ୟା ରେଡି ଆଇ.ଏ.ଏସ୍‌ ବ୍ରହ୍ମପୁର ମୁନିସିପାଲିଟି କମିଶନର ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତାପସ କୁମାର ସାମଲ ଏବଂ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସଦସ୍ୟ  ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ,ଜି. ଏମ. ବାବୁ,ସୀତାରାମ ଵେବ୍ରତ, ପ୍ରମୋଦ ମହାରଣା, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ଙ୍କ ଦ୍ୱାରା ପ୍ରକାଶିତ।

Post a Comment

0 Comments