ସରକାରୀ ଉଚ୍ଚ ପ୍ରାଥମିକ ଆସ୍କାରୋଡ଼, ବ୍ରହ୍ମପୁରରେ ପ୍ରବେଶ ଉତ୍ସବ ଓ ସାମୂହିକ ଖଡ଼ି ଛୁଆଁ-୨୦୨୬ ଅନୁଷ୍ଠିତ ।


ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆସ୍କାରୋଡରେ ଅଦ୍ୟ ଅନୁଷ୍ଠିତ ପ୍ରବେଶ ଉତ୍ସବରେ ଅତିଥି ଭାବେ ମାନ୍ୟବର ବିଧାୟକଙ୍କ ପ୍ରତିନିଧି ଶ୍ରୀ ଅଶୋକ କୁମାର ଶୁକ୍ଳା,  ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଦେବେନ୍ଦ୍ର ବେହେରା ଏବଂ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସବିତା ସାହୁ ଯୋଗଦେଇ ଆଜି ଶିଶୁ ବାଟିକା ଶ୍ରେଣୀରେ  ନାମନମୋଦ କରିଥିବା ୨୩ ଜଣ ଛାତ୍ରଛାତ୍ରୀଙ୍କ ସାମୂହିକ ଖଡ଼ିଛୁଆଁ  କରାଇଥିଲେ । ଖଡ଼ି ଛୁଆଁ କାର୍ଯ୍ୟକ୍ରମ ପରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ  ଶିକ୍ଷକ ଶ୍ରୀ   ରାଜେଶ କୁମାର ତାରିଣୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ନୂତନ ଭାବେ ଶିଶୁ ବାଟିକା ଶ୍ରେଣୀରେ ନାମ ଲେଖାଇଥିଵା ଶିଶୁ ମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟରେ ଆଜି ପ୍ରଥମ ଦିନକୁ ଶିଶୁ ମାନଙ୍କ ସକାଶେ ସ୍ମରଣୀୟ କରିବା  ଓ ବିଦ୍ୟାଳୟ ପ୍ରତି ଶିଶୁ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଗଳ୍ପ କଥନପରିସର, ରଙ୍ଗ ଦୁନିଆ, ଖେଳ ପରିସର ନାମକ ୩ଟି ଷ୍ଟଲ କରାଯାଇଥିଲା ।

ଆଜି ନାମ ଲେଖାଇଥିଵା ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟ ତରଫରୁ ସିଲଟ ଓ ଚକୋଲେଟ୍ ପ୍ରଦାନ କରାଯାଇଥିଲା। ନୂତନ ଶିଶୁଙ୍କ ନାମନମୋଦ ବୈଦିକ ରୀତିରେ ମନ୍ତ୍ର ପାଠ ପୂର୍ବକ କରାଯିବା ପରେ ଶିଶୁମାନେ ସେଲଫି ପଏଣ୍ଟ ରେ ଅତିଥିଙ୍କ ସହ ଫଟୋ ଉଠାଇଥିଲେ। ଅଦ୍ୟ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶ୍ରୀମତୀ ଅସ୍ମିତା କୁମାରୀ ମଞ୍ଚ ପରିଚାଳନା କରିଥିବା ବେଳେ   ବିଦ୍ୟାଳୟର  ଶିକ୍ଷକ ଶିକ୍ଷୟିତ୍ରୀ ଯଥା -ଶ୍ରୀମତୀ ନିର୍ମଳା ମହାପାତ୍ର, ,ଶ୍ରୀମତୀ ସ୍ଵର୍ଣ୍ଣଲତା ତ୍ରିପାଠୀ, ଶ୍ରୀମତୀ ସୁନିତା ଧର, ଶ୍ରୀମତୀ ରୀନା ସାହୁ, ଶ୍ରୀମତୀ ସୁନୀତା ପଟ୍ଟନାୟକ, ଶ୍ରୀଯୁକ୍ତ ମନୋରଞ୍ଜନ ପଟ୍ଟନାୟକ, ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ,ଶ୍ରୀ ମହେନ୍ଦ୍ର ପ୍ରଧାନ ,ଶ୍ରୀମତୀ ନିର୍ମଳା  କୁମାରୀ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

0 Comments