ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ଜିଲ୍ଲା ପ୍ରଶାସନ ତରଫରୁ ଲକ୍ଷ୍ୟ ନିକେତନ କାର୍ଯ୍ୟକ୍ରମ ମାଧ୍ୟମରେ ସିଭିଲ ସର୍ଭିସ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି l ଜାନୁଆରୀ ମାସରେ ଆୟୋଜିତ ହୋଇଥିବା ପରୀକ୍ଷାରେ ପ୍ରାୟ ୭୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୦ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେଥିମଧ୍ୟରୁ ବ୍ରହ୍ମପୁରର ୭୦ଜଣ ପରୀକ୍ଷାର୍ଥୀ ଆଜି ଉପସ୍ଥିତ ରହିଥିଲେ l ଆଜିଠାରୁ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି l ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବ୍ୟତୀତ ଛତ୍ରପୁର ଓ ଭଞ୍ଜନଗର ଠାରେ ମଧ୍ୟ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରାଯିବ l ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି l
ଗଞ୍ଜାମ ଜିଲ୍ଲାର ଯୁବକ ଓ ଯୁବତୀଙ୍କୁ ଭାରତୀୟ ପ୍ରଶାସନିକ ସେବା,ଓଡ଼ିଶା ପ୍ରଶାସନିକ ସେବା ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ l ଦିଲ୍ଲୀରେ ଅବସ୍ଥିତ ସାରଥି ଆଇ ଏ ଏସ କୋଚିଙ୍ଗ ସେଣ୍ଟରର ଅଧ୍ୟାପକମାନେ ଅନଲାଇନ ଓ ସିଧା ପ୍ରସାରଣ ମାଧ୍ୟମରେ ଏବଂ ଗଞ୍ଜାମ ଜିଲ୍ଲାର ଆଇ ଏ ଏସ ଏବଂ ଓ ଏ ଏସ ଅଧିକାରୀମାନେ ନିଜେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିବେ l ଏହି ଠାରେ ପରୀକ୍ଷାର୍ଥୀମାନଙ୍କ ପାଇଁ ପାଠାଗାର ର ମଧ୍ୟ ସୁବିଧା ରହିଛି l
ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବ୍ରହ୍ମପୁର



0 Comments