ଲାଞ୍ଜିପଲ୍ଲୀ ସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲ ଠାରେ ଚାଲିଥିବା ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦଯାପିତ

 


ବ୍ରହ୍ମପୁର, ୩/୪ : ଗତକାଲି ଠାରୁ ଲାଞ୍ଜିପଲ୍ଲୀ ସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲ ଠାରେ ଚାଲିଥିବା ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ମଣ୍ଡଳ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଦିବସରେ ସକାଳେ ଏକ ୟୋଗା ଶିବିର ସହ ଯୁମ୍ୱା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ପରେ "ସ୍ୱଚ୍ଛ ଭାରତ ଅଭିଯାନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଦୁଇଟି ସତ୍ର ହେବା ପରେ ଶେଷ ଉଦଯାପନୀ ସତ୍ରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥୀ, ରାଜ୍ୟ ଉପସଭାପତି ଅଶୋକ ମିଶ୍ର, ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାରୁ ବଡ଼ କୈାଣସି ରାଜନୈତିକ ଲକ୍ଷ ନାହିଁ, ରାଷ୍ଟ୍ର ସର୍ବ ପ୍ରଥମ, ବ୍ୟକ୍ତି ଓ ସମାଜ ତାପରେ, ସମାଜ ସେତେବେଳେ ସଶକ୍ତ ହେବ, ଯେତେବେଳେ ସମାଜର ଶେଷ ଧାଡ଼ିରେ ଥିବା ସବୁଠାରୁ ଦୁର୍ବଳ ବ୍ୟକ୍ତି ସଶକ୍ତ ହେବ, ସିଏ ସଫଳ କାର୍ଯ୍ୟକର୍ତ୍ତା ଯିଏ ସମାଜର ଶେଷ ବ୍ୟକ୍ତି ପାଇଁ ଚିନ୍ତା କରେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥୀ କହିଥିଲେ । ଅନୁଶାସନ, ସମର୍ପଣ ଓ ସେବା ମନୋଭାବକୁ ନେଇ କାର୍ଯ୍ୟକର୍ତ୍ତା ମାନେ ଏହି ପ୍ରଶିକ୍ଷଣ ଶିବିରରୁ ପ୍ରଶିକ୍ଷିତ ହୋଇ ଦେଶ ସେବାରେ ନିୟୋଜିତ ହେବା ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେଇଥିବା ସଂକଳ୍ପ ବିକଶିତ ଭାରତ ଓ ବିକଶିତ ଓଡ଼ିଶାରେ ତାଙ୍କ ଅତୁଳନୀୟ ଅବଦାନ ଦେଇପାରିବେ ବୋଲି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ।

ରାଜ୍ୟ ଉପସଭାପତି ଅଶୋକ ମିଶ୍ର ଦେଶରେ ଚାଲିଥିବା ସାମ୍ପ୍ରତିକ ପରିସ୍ଥିତି ସହ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ (SIR) ଉପରେ କାର୍ଯ୍ୟକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ମାର୍ଗ ଦର୍ଶନ କରିଥିଲେ । ଆସନ୍ତା ଏପ୍ରିଲ୍ ୬ ତାରିଖରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସକୁ ମଣ୍ଡଳ ସ୍ତରରୁ ବୁଥ୍ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ମାନେ ପାଳନ କରିବା ସହ ସମସ୍ତ କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଦଳୀୟ ପତାକା ଲଗାଇ ଉତ୍ସବ ପାଳନ କରିବାକୁ ଜିଲ୍ଲା ସଭାପତି ସରୋଜ ସାବତ ଆହ୍ୱାନ ଦେଇଥିଲେ । ଏହି ମଣ୍ଡଳ ପ୍ରଶିକ୍ଷଣ ମହାଅଭିଯାନ ଶେଷ ହେବା ପରେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକର୍ତ୍ତା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କୁ ଦର୍ଶନ କରିବାକୁ ଯିବା ସହ ଦେଶ ଏବଂ ରାଜ୍ୟର ବିକାଶକୁ ଆଗେଇ ନେବା ପାଇଁ ପ୍ରାର୍ଥନା କରିଥିଲେ । ଏହି ପ୍ରଶିକ୍ଷଣ ମହାଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରାଇଥିବା ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ଅଶୋକ ପାଳଙ୍କୁ ଜିଲ୍ଲା ସଭାପତି ସରୋଜ ସାବତଙ୍କ ସମେତ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭୁରି ଭୁରି ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଗୈାରୀ ଶଙ୍କର ସାମନ୍ତରା, ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥୀ, ପ୍ରଭାତ କିରଣ ଷଡ଼ଙ୍ଗୀ, ଶିବ ଶଙ୍କର ନାୟକ, ରାଜେଶ ସାହୁ, ଶିବ ଶଙ୍କର ସତପଥୀ, ସୁନିଲ କୁମାର ସାହୁ ପ୍ରମୁଖଙ୍କ ସମେତ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତିଙ୍କ ଠାରୁ ଆରମ୍ଭ କରି ବୁଥ୍ ସଭାପତି ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Post a Comment

0 Comments