ମହମହ।ମୟୀ କଲେଜ ରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମମୟୀ କଲେଜ ରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ


 ବ୍ରହ୍ମପୁର, ଉଚ୍ଚ ଶିକ୍ଷା ବିଭାଗ, ଓଡିଶା ସରକାରଙ୍କ  ନିର୍ଦ୍ଦେଶକ୍ରମେ ଓଡ଼ିଆ ପକ୍ଷ ପାଳନ ଅବସରରେ   ସ୍ଥାନୀୟ  ମହାମାୟୀ ମହିଳା ମହାବିଦ୍ୟାଳୟ, ଗାନ୍ଧୀନଗର ଠାରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଉଚ୍ଚ ଶିକ୍ଷା  ଆଞ୍ଚଳିକ ନିର୍ଦ୍ଦେଶକ,  ଡ଼ ନାରାୟଣ ବେହେରା ଯୋଗଦେଇ   ଖୁସି ବ୍ୟକ୍ତ କରିଥିଲେ । ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ସମେତ ସମସ୍ତ  ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀମାନେ ଯୋଗଦେଇ ଓଡ଼ିଆ ପୁସ୍ତକ କିଣିଥିଲେ । ଶିବାନୀ ପୁସ୍ତକାଳୟ, ବିବେକ ପୁସ୍ତକାଳୟ, ତାରାତାରିଣୀ ପୁସ୍ତକାଳୟ, ବିବେକାନନ୍ଦ କେନ୍ଦ୍ର,  ଚିନ୍ମୟ ମିଶନ ପ୍ରଭୃତି ମହାବିଦ୍ୟାଳୟ କୁ ଆସି ୧୨୦୦୦ ରୁ ଉର୍ଦ୍ଧ ଟଙ୍କାର ପୁସ୍ତକ ବିକ୍ରି କରିଥିଲେ । କଲେଜ ପରିସରରେ ରୁଚି ଅନୁସାରେ ପୁସ୍ତକ କିଣିବାକୁ ପାଇ ଛାତ୍ରୀମାନେ ବହୁତ ଖୁସି ଅନୁଭବ କରିବା ସହ ସରକାରଙ୍କ ଏହି ପଦକ୍ଷେପକୁ ସ୍ଵାଗତ କରିଥିଲେ ।

Post a Comment

0 Comments