100 ବର୍ଷ ରୁ ଉର୍ଦ୍ଧ ସମୟ ଧରି ଦାବି କରାଯାଇ ଆସୁଥିବା ବେଳେ ଆଜି ଶୁଦ୍ଧI ଗୋଟିଏ ଇଞ୍ଚ ରେଳପଥ ମଧ୍ୟ ନିର୍ମାଣ ହୋଇପାରିଲାନାହିଁ I ଏବଂ ଏହାକୁ ନେଇ ବାରମ୍ବାର ସର୍ଭେ କରାଯାଉଥିଲା ମଧ୍ୟ ଏହି ତିନୋଟି ରେଳପଥ ନିର୍ମାଣରେ ଜାଣିଶୁଣି ଅବହେଳା କରାଯାଉଛି ସେଥିପାଇଁ ଦକ୍ଷିଣ ଓଡିଶା ତଥା ଗଂଜାମ ଜିଲ୍ଲାର ଜନସାଧାରଣ ଅତ୍ୟନ୍ତ କ୍ଷୋଭ ସହ ଦୃଢ ଦାବି କରିଆସୁଛନ୍ତି I ହେଲେ ମନ୍ତ୍ରଣାଳୟର ତରଫରୁ କୌଣସିମତେ ଉଚିତ ପଦକ୍ଷେପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?
*ଗୋପାଳପୁର (ବ୍ରହ୍ମପୁର)- ରେଢ଼ାଖୋଲ (ସମ୍ବଲପୁର ), *ଗୋପାଳପୁର- ସିଙ୍ଗାପୁର ରୋଡ (ରାୟଗଡା ), *ଗୋପାଳପୁର- ତାଳଚେର ରେଳପଥ ଭାୟା ତାରା ତାରିଣୀ ଶକ୍ତିପୀଠ ନିର୍ମାଣକୁ ଜାଣିଶୁଣି ଅବହେଳା କରାଯାଉଛିI ବାରମ୍ବାର ସର୍ଭେ କରାଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ ତଥା ଆର୍ଥିକ ଅନୁମୋଦନ କରାଯାଉନାହିଁ ଫଳରେ ଦକ୍ଷିଣ ଓଡିଶା ସହ ପଶ୍ଚିମ ଓଡିଶା ସହ ସିଧାସଳଖ ଯୋଗାଯୋଗ ଓ ସାମାଜିକ ଅର୍ଥନୈତିକ ପ୍ରଗତି ବାଧାପ୍ରାପ୍ତ ହେଉଛି। ସେହିପରି *ଗୁଣୁପୁର-ଥେରୁବାଲି ରେଳପଥ କାର୍ଯ୍ୟ,*ଜୟପୁର- ମାଲକାନଗିରି ଓ ଜୟପୁର- ନବରଙ୍ଗପୁର ରେଳପଥ କାର୍ଯ୍ୟ ଅତି କଚ୍ଛପ ଗତିରେ ଚାଲିଛି। ସେହିପରି *ଜୁନାଗଡ଼-ଗୋପାଳପୁର ଭାୟା କନ୍ଧମାଳ ରେଳପଥ କାର୍ଯ୍ୟ କେବଳ ସର୍ଭେ ରେ ରହିଯାଇଛି। ଏହି ସବୁ କାମକୁ ଗତିଶକ୍ତି ଅଧୀନରେ ଅନ୍ତର୍ଭୁକ୍ତ କରାଯାଇ ତ୍ୱରାନ୍ଵିତ କରାଯାଉ।
ଏଥିସହ ରାଜ୍ୟର ସର୍ବପ୍ରଥମ ଓ ସର୍ବ ପୁରାତନ ତଥା 130 ବର୍ଷର ପୁରୁଣା ବ୍ରହ୍ମପୁର ରେଳ ଷ୍ଟେସନ, ଅମୃତ ଭାରତ ରେଳ ଷ୍ଟେସନ ମାନ୍ୟତା ପାଇଥିବା ଏବଂ ଓଡ଼ିଶାର ତିନି ଗୋଟି NSG-2 ଷ୍ଟେସନ ଭିତରେ (ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର) ରହିଛି I ବ୍ରହ୍ମପୁରର ଆୟ ବାର୍ଷିକ 100 କୋଟିରୁ ଉର୍ଦ୍ଧ ରହିଥିବାବେଳେ ଯାତ୍ରୀ ସଂଖ୍ୟା ବାର୍ଷିକ ହାରାହାରି 72 ଲକ୍ଷରୁ ଅଧିକା ରହିଛି। ଭୁବନେଶ୍ୱର ଓ ପୁରୀର ବିକାଶ ପାଇଁ 400 ଓ 300 କୋଟି ଦିଆଯାଇ ଥିବାବେଳେ ଓଡ଼ିଶIର 5 ନମ୍ବର ଷ୍ଟେସନ #କଟକର ଓ ୮ ନମ୍ବର ସମ୍ବଲପୁରର ବିକାଶ ପାଇଁ 350 ଓ 300 କୋଟିରୁ ଅଧିକା ଅର୍ଥ ଦିଆଯାଇଥିବା ବେଳେ ବ୍ରହ୍ମପୁର ଷ୍ଟେସନର ଅନୁସIଙ୍ଗିକ ବିକାଶ ପାଇଁ ମାତ୍ର 93.19 କୋଟି ଦିଆଯିବା କେତେ ଦୂର ଯୁକ୍ତି ସଙ୍ଗତ? ପ୍ରଶ୍ନ ଉଠୁଛି 100 କୋଟିରୁ ଅଧିକ ବାର୍ଷିକ ଆୟ କରୁଥିବା ବ୍ରହ୍ମପୁର ଭଳି ଓଡ଼ିଶାର ସର୍ବପୁରାତନ ଷ୍ଟେସନ ପାଇଁ ଏହି ନୂତନ କୋଠIର ଡ଼ିଜାଇନ ଉପଯୁକ୍ତ କି? ରାଜ୍ୟର ସବୁ ବଡ ଷ୍ଟେସନରେ ବୃହତ୍ତ ରୁଫପ୍ଲାଜ଼ା ଓ ନୂତନ ଭବ୍ୟ କୋଠା ନିର୍ମାଣ ଚାଲିଥିବାବେଳେ ବ୍ରହ୍ମପୁରରେ ମଧ୍ୟ ଫୂଟଫଲ କୁ ଆଧାର କରି ସେହିଭଳି ଭାବେ ରୂଫ ପ୍ଲାଜ଼ା ନିର୍ମାଣ କରାଯାଉ ଓ ଷ୍ଟେସନର ଐତିହ କୁ ଦୃଷ୍ଟିରେ ରଖି ଏହାର ମୁଖଶାଳା ନିର୍ମାଣ କରାଯାଉ I
ଗୋଳନ୍ଥରା (ବ୍ରହ୍ମପୁର) ରେ କୋଚିଙ୍ଗ ଡିପୋ ଆବଶ୍ୟକତା ଦୃଷ୍ଟିରୁ ତୁରନ୍ତ ଆର୍ଥିକ ଅନୁଦାନ, ବ୍ରହ୍ମପୁରକୁ ବିଶ୍ୱ ସ୍ତରୀୟ ଷ୍ଟେସନ ଭାବେ ବିକାଶକୁ ତ୍ୱରାନ୍ୱିତ କରାଯାଉ, ବ୍ରହ୍ମପୁର ଷ୍ଟେସନରେ କେତୋଟି ସାପ୍ତାହିକ ଓ ରୂତୁ କାଳୀନ ଟ୍ରେନ ରହିବା ଅତ୍ୟନ୍ତ ଆବଶ୍ୟକତା ଥିବାବେଳେ ଏହାର ବ୍ୟତିକ୍ରମ ଭାବେ ପଲାସାରେ ରହଣି ବ୍ୟବସ୍ଥା ଥିବାବେଳେ ବ୍ରହ୍ମପୁର ରେ କାହିଁକି ବ୍ୟତିକ୍ରମ?
*ବ୍ରହ୍ମପୁର ଠାରୁ ପୁରୀ AC Chair Car, *ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଓ ବିଶାଖାପାଟଣା ନିମନ୍ତେ ସକାଳୁଯିବା ଓ ସନ୍ଧ୍ୟାରେ ସରକାରୀ କର୍ମଚାରୀ ମାନଙ୍କ ଫେରିବା ପାଇଁ AC ChairCarର ବ୍ୟବସ୍ଥା, *ଭୁବନେଶ୍ୱରରୁ ଯାଉଥିବା ଆନନ୍ଦ ବିହାର (ସମ୍ପର୍କ କ୍ରାନ୍ତି )ଏବଂ ଜନଶତାବ୍ଦୀ ଏକ୍ସପ୍ରେସ କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ, *ବିଶାଖାପାଟଣା--LTT କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ, *ଟାଟାନଗର- ଜାମ୍ମୁତାବି କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ * ଦକ୍ଷିଣ ଓଡିଶା ର ଇଷ୍ଟ ଦେବୀ ଆଦିଶକ୍ତି ମା' ତାରାତାରିଣୀ, ଉପେନ୍ଦ୍ର ଭଞ୍ଜ ଓ ଆଦିବାସୀ ସହିଦ ଲକ୍ଷ୍ମଣ ନାୟକ ଙ୍କ ନାଁ ରେ ଦୂରଗାମୀ ରେଳ କୁ ନାମ କାରଣ ଆଦି ପ୍ରମୁଖ ବହୁ ଦାବି ନେଇ ବିକ୍ଷୋଭ କରାଯାଇଥିଲା।
ଏଥିରେ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ର ଆବାହକ ତଥା ବରିଷ୍ଟ ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା କାର୍ଯ୍ୟକର୍ତା ଏକତ୍ରିତ ହୋଇଥିଲେ I ଏଥି ସହ ଶେଷରେ ରେଳ ମନ୍ତ୍ରଣାଳୟ chairmanଙ୍କ ନିକଟ ରେ ଦାବିପତ୍ର ଦିଆଯାଇଥିଲା I ଏଥିରେ ଓଡିଶା ଡେଭେଲପମେଣ୍ଟ ଫୋରମର ପ୍ରୀତିଶ ପାଣିଗ୍ରାହୀ, ତପେଶ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁ, ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ମାନସ ରଞ୍ଜନ ପାତ୍ର, ବେଲଗୁଣ୍ଠା ବାଣିଜ୍ୟ ସଂଘର ବରିଷ୍ଠ କାର୍ଯ୍ୟକର୍ତା T. ନାଗେଶ୍ୱର ପାତ୍ର, ମିଟୁ ସିଂ, ମନୋଜ. ଜେ, ଶିବନନ୍ଦ ଦାନୀ, ରାନ୍ଧିର ଦେବ, ଜପେଶ ଜୈନ, କଲୁ ରାମ, ବିନୀତ କୁମାର ଦେବ, ରାକେଶ କୁମାର, ଦିଗମ୍ବର, ମୀରା ସିଂ, ପ୍ରଭୁନାଥ ସିଂ ଯାଦବ, ଦିଲୀପ କୁମାର ପଣ୍ଡା, ତପେଶ ପ୍ରଧାନ ଓ ପ୍ରମୁଖ ବହୁ ମାନ୍ୟଗନ ବ୍ୟକ୍ତି ଯୋଗଦେଇଥିଲେ I
'ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି'
ବ୍ରହ୍ମପୁର/ ନୂଆଦିଲ୍ଲୀ
9437261829, 9437034647, 9937541792
Sarojrn444@gmail.com


0 Comments