ଡ଼ା. ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

 


ଗଞ୍ଜାମ ଜିଲ୍ଲା  ତା-୧୧/୦୪/୨୦୨୬ରିଖ ଶନିବାର ୧୧ଘଣ୍ଟା ସମୟରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ସ୍ଥିତ ସର୍କିଟ ହାଉସ ଠାରେ ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ପ୍ରସ୍ତୁତି ବୈଠକ ହୋଇଥିଲା, ଉକ୍ତ ବୈଠକରେ ନିଷ୍ପତ୍ତି ହେଲା ଯେ ଆସନ୍ତା ତା-୧୪/୦୪/୨୦୨୬ରିଖ ଡ଼ା. ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଜିଲ୍ଲାର ସମସ୍ତ ମଣ୍ଡଳ ଓ ଦଳିତ ବସ୍ତିରେ ପାଳନ କରାଯିବ। ଏବଂ ୧୩ ତାରିଖରୁ ଜିଲ୍ଲାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସଫାସୁତୁରା କରି ସ୍ବଚ୍ଛଭାରତ କରାଯିବ। ୧୪ ତାରିଖରେ ସକାଳୁ ପ୍ରତିମୂର୍ତ୍ତୀରେ ଫୁଲମାଳ ଦିଆଯିବ। ଏବଂ ନିକଟରେ ଥିବା କଲ୍ୟାଣ ମଣ୍ଡପ ଓ BJP କାର୍ଯ୍ୟାଳୟରେ ଡ଼ା. ଆମ୍ବେଦକରଙ୍କ ଜୀବନୀ କାହାଣୀ ଓ ଅଭିଭାଷଣ ବକ୍ତବ୍ୟ ରଖିବେ ଓ ସନ୍ଧ୍ୟାରେ ପ୍ରତ୍ୟେକ ଦଳିତ ବସ୍ତି ଓ ପଡ଼ାରେ ଆମ୍ବେଦକରଙ୍କ ଫୋଟଚିତ୍ରରେ ଧୂପଦୀପ ଦାନ କରାଯିବା ପାଇଁ ନିଷ୍ପତ୍ତି କରାଗଲା। ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚା ସଭାପତି କିର୍ତ୍ତନ ଦାସ, ଉପସଭାପତି ସରୋଜ ଦାସ, ସାଧାରଣ ସମ୍ପାଦକ ତ୍ରିନାଥ ନାୟକ, ସମ୍ପାଦକ ପ୍ରକାଶ ଦାସ ଓ ବିମ୍ବାଧର ବେହେରା, ମଧୁସୂଦନ ସେଠୀ, ସୂର୍ଯ୍ୟ ଦାସ, ଅନାଦି ବେହେରା, ଆଲୋକ ପରଦେଶୀ, ଋଷିକେଶ ବେହେରା, ସ୍ଵାଧୀନ ଦାସ, ବହୁ ଜିଲ୍ଲା କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।

Post a Comment

0 Comments