ଗୋପାଳପୁର / 30.03.2026 ଆଜି ସନ୍ଧ୍ୟାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟସ୍ଥିତ କବିସୂର୍ଯ୍ୟ ମଣ୍ଡପରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡି ଆର୍ଟ ସହଯୋଗରେ ଗଞ୍ଜାମର ଲୋକନୃତ୍ୟ ମାଧ୍ୟମରେ ଜଣାଶୁଣା ଓଡ଼ିଆ ଗଳ୍ପ ବିହଙ୍ଗ ବିପ୍ଳବ ଏବଂ ଡାକ ମୁନିସକୁ ନାଟ୍ୟ ରୂପାନ୍ତର କରି ପ୍ରଦର୍ଶନ କରିଥିଲେ l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଭାଗ ସମୂହର ଅଧିକାରୀ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ଭୁବନେଶ୍ୱରର ନାଟ୍ୟ ଚେତନାର ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଏବଂ ଦିଗପହଣ୍ଡିର ବର୍ଣାଳୀ ନାଟ୍ୟ ସଂସଦର ନିର୍ଦ୍ଦେଶକ ଆଲୋକ ବିଷୋୟୀ ମଂଚାସୀନ ଥିଲେ l ସଭାକାର୍ଯ୍ୟକୁ ଡ ମିହିର କୁମାର ତ୍ରିପାଠୀ ପରିଚାଳନା କରିଥିଲେ l ନାଟକକୁ ଦେଖିବା ପାଇଁ ବହୁ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l


0 Comments