ଉତ୍କଳ ଦିବସ ପାଳନ - ବ୍ରହ୍ମପୁରରେ ଓଡ଼ିଆ ଅସ୍ମିତା ଭବନ ପ୍ରତିଷ୍ଠା କରାଯାଉ


 ବ୍ରହ୍ମପୁର -ତା ୦୧. ୦୪. ୨୦୨୬  ରିଖ ଓଡିଶା ଦିବସ  ପାଳନ ଅବସରରେ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି , ପ୍ରଗତିଶୀଳ ଉତ୍କଳ ସମାଜ , ଓଡିଶା ଡେଭେଲପ୍ମେଣ୍ଟ  ଫୋରମ ଓ  ବିଭିନ୍ନ ଗଣ ସଂଗଠନ ପକ୍ଷରୁ ପ୍ରାତଃ ଘ.୮ଘଣ୍ଟା ସମୟରେ ସ୍ଥାନୀୟ ବିଜୟI ସିନେମା ଛକରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ପଣ୍ଡିତ ଗୋପବନ୍ଧୁ ଓ ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନରେ ଅବଦାନ ଥିବା ମହାପୁରୁଷମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ  ଅର୍ପଣ କରାଯାଇଥିଲା ,ଏଥି ସହ ବିଭିନ୍ନ ମୁଖ୍ୟ ଦାବି ବିଷୟରେ ସମ୍ୟକ ଆଲୋଚନା ହୋଇଥିଲା I ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷୀ ଓ ଗଡଜାତ ଅଂଚଳ ଗୁଡିକର ଏକତ୍ରୀକରଣରେ ଓଡ଼ିଆମାନଙ୍କ ଏକତାକୁ  ନେଇ ପ୍ରଥମେ ବ୍ରହ୍ମପୁରରେ ୧୯୦୨  ରେ ଏକ ଜାତୀୟ ଅଧିବେଶନ ବସିଥିଲା  ସେଥିପାଇଁ  ବ୍ରହ୍ମପୁରରେ ଓଡ଼ିଆ ଅସ୍ମିତା ଭବନ ପ୍ରତିଷ୍ଠା କରାଯାଉ ବୋଲି ସମସ୍ତ ଗଣସଂଗଠନ ପକ୍ଷରୁ ମତପ୍ରକାଶ ପାଇଥିଲା      

 ମହାମାନ୍ୟ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଆର୍ଥିକ ସହଯୋଗରେ ଓଡିଶାରୁ ୧୦ ଜଣ ବିନ୍ଧାଣୀ ରୁ କେବଳ ଅବିଭକ୍ତ ଗଞ୍ଜାମ ଜିଲ୍ଲା ରୁ ହିଁ ୮ ଜଣ ବିନ୍ଧାଣୀ ଲଣ୍ଡନସ୍ଥିତ ଗୋଲ ଟେବୁଲ ବୈଠକରେ ଭାଷାଭିତ୍ତିକ ରାଜ୍ୟ ଗଠନ ନେଇ ଦୃଢ଼ ଦାବି କରିଥିଲେ I ଯାହାକୁ ନେଇ ସ୍ୱତନ୍ତ୍ର ଉତ୍କଳ ଗଠନ ହୋଇପାରିଥିଲା I ଉତ୍ତମ ନାଗରିକ ଜୀବନ ନିର୍ବାହ ସହିତ ଉତ୍କଳ ଜାତୀୟତା ବୋଧ ସୃଷ୍ଟିକରିବା, ଓଡ଼ିଆ ଭାଷା ର ଅବିବୃଦ୍ଧି ଏବଂ ଓଡ଼ିଆ  ଭାଷାଭାଷୀ ଓ ସଂକୃତି ସମ୍ପନ୍ନ ମଣିଷମାନଙ୍କୁ ସଂଘବଦ୍ଧ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାର ମୁଖ୍ୟ ଲକ୍ଷ ଥିଲା I କିନ୍ତୁ ରାଜ୍ୟର ମାନଚିତ୍ରରେ ଗଞ୍ଜାମ ଜିଲ୍ଲା ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବାବେଳେ ବର୍ତମାନ ଗଞ୍ଜାମ ଜିଲ୍ଲା ପ୍ରତି ସରକାରଙ୍କ ତରଫରୁ ବିଭିନ୍ନ କ୍ଷେତ୍ରରେ ଯେଉଁ ଅବହେଳା କରାଯାଉଛି ଏହାକୁ ନେଇ  ଜିଲ୍ଲା ବାସୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି ହୋଇଛିI ଏଥିରେ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକ ଏଥିସହିତ ବିଭିନ୍ନ ଗଣସଂଗଠନର କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ବିନୋଦ ଠାକୁର, ସୁରେନ୍ଦ୍ର ନାଥ ରାଉତ, ରବୀନ୍ଦ୍ର କୁମାର ନାୟକ, ଡ଼ି. କେଶବ ରାଓ, ସୁଧୀର କୁମାର ସାହୁ , ଆଦିତ୍ୟ ପ୍ରସାଦ ରଥ , ସୂର୍ଯ୍ୟ ନାରାୟଣ ବେହେରା, ମାନସ ପାତ୍ର, ପ୍ରକାଶ ଚନ୍ଦ୍ର ଭଜାନୀ, ଲକ୍ଷ୍ମୀନାରାୟଣ ପାଢ଼ୀ, ମହେଶ୍ୱର ବଡ଼ତୟI, ଅରୁଣ ସାହୁ, ରମେଶ ଚନ୍ଦ୍ର ସାହୁ, ପ୍ରବୀଣ ପଟ୍ଟନାୟକ, ମନୋଜ କୁମାର ପାଢୀ, କେଦାରନାଥ ପଣ୍ଡା , ସବିତା ସାହୁକାର, ଧିରେନ ମହାରଣା , ସୁବ୍ରତ କୁମାର ସାହୁ, ଭିଷ୍ମଚାର୍ୟ ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ I ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି , ପ୍ରଗତିଶୀଳ ଉତ୍କଳ ସମାଜ , ଓଡିଶା ଡେଭେଲପ୍ମେଣ୍ଟ  ଫୋରମ, ଓ  ବିଭିନ୍ନ ଗଣ ସଂଗଠନ

Post a Comment

0 Comments